ଶ୍ରୀ କାଳେଶ୍ୱର ଶୈବପୀଠ ରେ ଧୁମଧାମ ରେ ଜାଗର ଯାତ୍ରା ପାଳିତ
ଗଞ୍ଜାମ ଜିଲ୍ଲା, ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ରେ ଅବସ୍ଥିତ ଶ୍ରୀ କାଳେଶ୍ୱର ଶୈବପୀଠ ରେ ଧୁମଧାମ ରେ ଜାଗର ଯାତ୍ରା ପାଳିତ ହୋଇଯାଇଛି | ଆଜି ସକାଳ 3 ଟା ରେ ମୁଖ୍ୟ ପୂଜକ ଶ୍ରୀ ପଦ୍ମଲୋଚନ ଦାସ ଦ୍ୱାର ଫିଟାଇ କାଳେଶ୍ୱରଙ୍କ ସେବା କାର୍ଯ୍ୟ ଆରମ୍ଭ କରିଥିଲେ | ଦିନ ତମାମ ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ | ରାତ୍ର 12 ରେ ମହାଦୀପ ମନ୍ଦିର ବେଢା ପରିକ୍ରମା କରିଥିଲା | ମନ୍ଦିର ରେ ଭକ୍ତଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା | ଭକ୍ତ ମାନେ ପ୍ରସାଦ ସାରି ନିଜ ନିଜ ଘରକୁ ଫେରିଥିଲେ |
