ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା
ଜଗତସିଂହପୁର ଜିଲ୍ଲା ବିଜେପି ବିଜେପି ମହିଳା ମୋର୍ଚ୍ଚା ଓ ଭାରତୀୟ ଜନତା ପାର୍ଟି ପଳାଷୋଳ ମଣ୍ଡଳ ପକ୍ଷରୁ ସଁ।ପୁର ପଂଚାୟତ ର ଦେଢଶୁରଦେଉଳି ଗ୍ରାମରେ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀ ଜନ୍ମ ଦିବସ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣ ସଫେଇ କରାଯିବା ସହିତ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ମହିଳା ମୋର୍ଚ୍ଚା ର ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଙ୍କ ସହିତ ଶତାଧିକ ମହିଳା ଓ ଯୁବକ ମାନେ ଯୋଗ ଦେଇ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହେବା ସହିତ ପ୍ରତ୍ୟେକ ଲୋକ ମାଆ ପାଇଁ ଗଛ ଟିକେ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ ।
