ବ୍ଲକ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ କୁମାର ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଚରଣ ଜେନା ଙ୍କ ନେତୃତ୍ବରେ ଜଗତସିଂହପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ବିପ୍ଳବ ଚୌଧୁରୀ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ଜିଲ୍ଲା କଂଗ୍ରେସ ସମ୍ପାଦକ ରଜନୀ ଚୌଧୁରୀ ପ୍ରମୁଖ ଯୋଗଦେଇ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରିବା,ଚାଷି ସମସ୍ୟା, ଦରଦାମ ବୃଦ୍ଧି, ଅହେତୁକ ବିଦ୍ୟୁତ ଦର ବୃଦ୍ଧି, ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ବନ୍ଦ, ଭତ୍ତାରେ ପାତରଅନ୍ତର କୁ ବନ୍ଦ କରିବା ସହ ଭତ୍ତା କୁ ୨୦୦୦/ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା, ନାରୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା, ପଞ୍ଚାୟତ କୁ ଯାଉଥିବା ୫୦ ଲକ୍ଷ ଟଙ୍କାକୁ ଗ୍ରାମ ସଭାର ନିଷ୍ପତ୍ତି ଅନୁସାରେ ଖର୍ଚ୍ଚ କରିବା,ଲୋ ଭୋଲଟେଜ,ପାଓ୍ବାରକଟ, ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା ସହ ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ବନ୍ଦ କରିବା, କୃଷିଜାତ ଦ୍ରବ୍ୟର ଅଭାବ ବିକ୍ରି ବନ୍ଦ କରିବା,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା, ପେଟ୍ରୋଲ,ଡିଜେଲ,ଗ୍ୟାସ, କିରୋସିନି, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା,ଖାଲି ପଡିଥିବା ସରକାରୀ ପଦବୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଦି ଦାବି ସମ୍ପର୍କରେ ଆଲୋକପାତ କରିଥିଲେ ।
ଜଗତସିଂହପୁର ରୁ ରୀତା ସାହୁ
