ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଉତ୍ତରଶାସନ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଉତ୍ତର ଶାସନ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ବିଜୟ ଶଙ୍କର ଦାସ, ବିରିଡି ବ୍ଲକ ଅଧ୍ୟକ୍ଷ। ମମତା ପାତ୍ର, ଉପାଧ୍ୟକ୍ଷ। ପିନାକୀ ପ୍ରିୟଦର୍ଶୀନୀ, ଜିଲ୍ଲା ପରିଷଦ ସ୍ଵଭ୍ୟ ଚନ୍ଦ୍ର ଶେଖର ଦାସ, ଦୀପ୍ତିମୟୀ ରାୟ, ବିଡ଼ିଓ ଡ଼ ବେବିତା ମଞ୍ଜରୀ ନାୟକ, ସ୍ଥାନୀୟ ସରପଂଚ ପ୍ରମୁଖ ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଉଛି ବୋଲି ଅତିଥିମାନେ କହିବା ସହିତ ଏହି ସଚେତନତା କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପଂଚାୟତ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସରପଞ୍ଚ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *