ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ରାହୁଲ୍ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ଚାଲୁଥିବ ସମୟରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵସର୍ମା ଯେଉଁଭଳି ଅଗଣତାନ୍ତ୍ରିକ ଭାବେ ନ୍ୟାୟ ଯାତ୍ରାର ଗତିରୋଧ କରୁଛନ୍ତି ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ଏହି ଅନ୍ୟାୟ କାର୍ଯ୍ୟର ପ୍ରତିବାଦ ରେ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ ଦାହ କରାଯାଇଛି। ଏଥିରେ ପୁର୍ବତନ ପୌରାଧକ୍ଷ ବିପ୍ଲବ ଚୌଧୁରୀ,ଜିଲ୍ଲା କଂଗ୍ରେସ ଉପସଭାପତି ସର୍ବେଶ୍ଵର ପଣ୍ଡା, ବରିଷ୍ଟ କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ନଗର ସଭାପତି, ଅଭୟ ମହାନ୍ତି, ଛାତ୍ର ନେତା କୃଷ୍ଣ ଚନ୍ଦ୍ର ପ୍ରଧାନ, ଇମଟିୟାଜ୍ ଖାଁ,ସଂଜୀବ ମିଶ୍ର, ଯୁବନେତା ଲିପୁ ମହାନ୍ତି, ମୁନା ରଥ, ସ୍ବସ୍ତି ମିଶ୍ର, କୈଳାସ ଦାସ, ଅବନିକନ୍ତ ମହାରଣା, ନିରଞ୍ଜନ ସେନ, ପୂର୍ବ ପାରିଷଦ ପ୍ରଦୀପ୍ତ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ। ଯଦି ପୁନର୍ବାର ଏଭଳି ହୁଏ ତେବେ ଆଗାମୀ ଦିନରେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୁ Rita ସାହୁ
