ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ-
Date-06/02/26ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି । ଧାନ ମଣ୍ଡି ରେ କଟନୀ ଛଟନୀ ବନ୍ଦ କରିବା, ଅଧିକ ମିଲର ନିଯୁକ୍ତି ଦେବା, ମନରେଗା ନାମ ପରିବର୍ତ୍ତନ କରିବା ଦାବିରେ ଜିଲ୍ଲା କଂଗ୍ରେସ ସଭାପତି ଦେଵ ପ୍ରସାଦ ନାୟକ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଧାରଣା ରେ ଜିଲ୍ଲାର 8ଟି ବ୍ଲକ ଓ ଦୁଇଟି ମୁନିସିପାଲଟି ର ଶତାଧିକ କର୍ମୀ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ହେଇଥିଲେ । ତେବେ ରାଜ୍ୟ ସରକାର ନ ଶୁଣିଲେ ଆଗମୀ ଦିନରେ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।
