ଜଗତସିଂହପୁର ଜିଲ୍ଲା ଠିକାଦାର ମହାସଂଘ ର୍ ସାଧାରଣ ବୈଠକ ଅନୁଷ୍ଠିତ
Date-16/11/25*ଜଗତସିଂହପୁର ଜିଲ୍ଲା ଠିକାଦାର ମହାସଂଘ ର୍ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଜିଲ୍ଲା ଠିକାଦାର ମହାସଂଘ ର୍ ସାଧାରଣ ବୈଠକ ରେ ଜିଲ୍ଲାର ବିଭିନ୍ନ ବ୍ଲକ ର୍ ଶତାଧିକ ଠିକାଦାର ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ ଠିକାଦାର ଭାଗୀରଥି ସାହୁ, ଦେବୀ ପ୍ରସାଦ ତ୍ରିପାଠୀ, କରୁଣାକର ରାଉତ, ଅରବିନ୍ଦ ହୋତା, ପବିତ୍ର ନାୟକ, ଆଲୋକ ସ୍ବାଇଁ ପ୍ରମୁଖ ବରିଷ୍ଠ ଠିକାଦାର ମାନେ ଯୋଗ ଦେଇ ଟେଣ୍ଡର ପ୍ରକ୍ରିୟା ରେ ପରିବର୍ତ୍ତନ ଆଣିବାକୁ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି ।
