ଜଗତସିଂହପୁର ଜିଲା ମହୋତ୍ସବ କଲ୍ଲୋଳ ଉଦଯାପିତ

ଜଗତସିଂହପୁର ଜିଲା ମହୋତ୍ସବ କଲ୍ଲୋଳ ଉଦଯାପିତମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଙ୍କର-ମା ଶାରଳାଙ୍କ ମାଟିରେ କେବଳ ବ୍ୟକ୍ତି ନୁହେଁ, ଏଠି ମାଟିବି କଥା କୁହେ । ଯେଉଁ ଜିଲା ପାଖରେ ଶିଳ୍ପ ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଅଛନ୍ତି ସେ ଜିଲା କୁ କିଛି ମାଗିବାକୁ ପଡିବ ନାହିଁ ବୋଲି ଜଗତସିଂହପୁର ଠାରେ ଆୟୋଜିତ ଜିଲା ମହୋତ୍ସବ କଲ୍ଲୋଳ ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜର ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।କେବଳ ଜଗତସିଂହପୁର ଜିଲା ନୁହେଁ, ଏହି ଜିଲା ପାଇଁ ଉକ୍ତ ଜିଲାକୁ ଲାଗିଥିବା ଅନ୍ୟ ଜିଲା ମାନଙ୍କର ମଧ୍ୟ ବିକାଶ ହେବ । ଓଡିଶା ଲକ୍ଷପତି ଦିଦିରେ ଦେଶରେ ଦୁଇ ନମ୍ବର ସ୍ଥାନ ଗ୍ରହଣ କରିଛି । 84 ପ୍ରତିଶତ ଲକ୍ଷପତି ଦିଦି ଜଗତସିଂହପୁର ଜିଲାରେ ହୋଇଛନ୍ତି । ପ୍ରତି ଗାଁରେ 5 ଜଣ ଭଉଣୀ ଲକ୍ଷପତି ହେବେ ।ବିନା ମହିଳାଙ୍କ ଭାଗିଦାରରେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ ।ଲକ୍ଷପତି ଦିଦି ହେଲେ ଆପଣ ମାନେ କୌଣସି ସରକାରୀ ସହାୟତା ରୁ ବଞ୍ଚିତ ହେବେନାହିଁ । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ଭାଇ ଭାବରେ ଛିଡା ହୋଇ ସେମାନଙ୍କ ବିକାଶ ପାଇଁ ରାଜକୋଷ ଖାଲି କରିଦେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ମା ଶାରଳାଙ୍କ ମନ୍ଦିର ବିକାଶ ପାଇଁ ଯେତେକୋଟି ଟଙ୍କା ଆବଶ୍ୟକ ପଡିବ ଆମ ସରକାର ଦେବ । ଆଳକା ଆଶ୍ରମ ର ବିକାଶ ପାଇଁ ଏକ କୋଟି ଟଙ୍କା, ବନ୍ଦର ଓ ଶିଆଳି ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ 50 ଲକ୍ଷ ଲେଖାଏଁ ଟଙ୍କା ମଞ୍ଜୁର ହୋଇଥିବା ସହିତ ସାଳିଜଙ୍ଗା ମଠ ର ବିକାଶ ପାଇଁ 25 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଘୋଷଣା କରିଥିଲେ । ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ବିଭୁ ପ୍ରସାଦ ତରାଇ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ପାରାଦୀପ ପୌରାଧକ୍ଷ ବସନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଜିଲାର ଐତିହ, ସଂସ୍କୃତି, ଓ ସ୍ୱାଧୀନତା ସଂଗ୍ରାମ ବାବଦରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପୁସ୍ତକ ଆଦିପତ୍ର ଉନ୍ମୋଚନ ହୋଇଥିଲା । ପରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *