ଜଗତସିଂହପୁର ଜିଲ୍ଲା ପାଣି ପଞ୍ଚାୟତ ପକ୍ଷ 2026 ଅନୁଷ୍ଠିତ
Date-06/01/26ଜଗତସିଂହପୁର ଜିଲ୍ଲା ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ ଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ -୨୦୨୬ ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ମହାନଦୀ ସାଉଥ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକର ଉନ୍ନତି ଦିଗରେ ପାଣି ପଂଚାୟତର ଭୂମିକା ବାବଦରେ ଆଲୋକପାତ କରିଥିଲେ । ଜଳସେଚନ ବିଭାଗର କେନାଲ ପାଣିର ସୁଷମ ବଣ୍ଟନ ସହିତ କୃଷି ବିଭାଗ ସହିତ ସମନ୍ୱୟ ରଖି ଚାଷୀ ମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବା ଏହି ପାଣି ପଂଚାୟତର ଲକ୍ଷ୍ୟ ବୋଲି ସାଂସଦ କହିଥିଲେ । ଏହି ଅବସରରେ ଏକ ପାଣି ପଞ୍ଚାୟତ ସଚେତନତା ରଥକୁ ଅତିଥିମାନେ ଉଦଘାଟନ କରିଥିଲେ ।
