ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ କଲେଜ କ୍ୟାମ୍ପସ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Date- 11/09/25* ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ କଲେଜ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସେହିପରି ଜଗତସିଂହପୁର ସ୍ଥିତ ଏସ ଭି ଏମ କଲେଜ ପରିସର ରେ ପୋଲିସ ଆଉ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କିଭଳି ଭାବରେ ଉତ୍ତମ ସମ୍ପର୍କ ରହିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ଓ SDPO ଆଜ୍ୟଙ୍କ ମାଣେ ଯୋଗ ଦେଇ ବିଶେଷ କରି କଲେଜ୍ ରେ ପଢୁଥିବା ଛାତ୍ରଛାତ୍ରୀ ମାନେ ନିଜେ ନିଜର ସୁରକ୍ଷା କରିବେ ସାଇବର ଠକେଇ ଠାରୁ ଦୂରେଇ ରହିବେ ବ୍ଲାକମେଲ ଠାରୁ ଦୂରେଇ ରହିବା ପାଇଁ ସଚେତନ କରାଯାଇଥିଲା। କଲେଜ୍ ପରିସରରେ ଏକ QR କୋଡ ଲଗା ଯାଇଛି। ଯେ କୌଣସି ସମୟରେ ଏହି ସ୍କାନ ଦ୍ଵାରା ଛାତ୍ର ଛାତ୍ରୀ ମାନେ ନିଜ ନିଜର ଅଭିଯୋଗ କଲେ ତୁରନ୍ତ ଏହାର ସମାଧନ କରି ପାରିବ ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି । ଏଥି ସହିତ କଲେଜ୍ ପରିସରରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବାରେ ପୋଲିସ୍ ସମ୍ପୂର୍ଣ ଭାବରେ ସହାୟକ କରିବ ବୋଲି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା କହିଛନ୍ତି।

Leave a Reply

Your email address will not be published. Required fields are marked *