ଜଗତସିଂହପୁର ଜିଲ୍ଲା ସମଙ୍ଗ ଜେନାସାହି ଗ୍ରାମର ଶତାୟୁ ପୁରୁଷ ଶ୍ରୀ କୁମର ବର ଜେନା

ଜଗତସିଂହପୁର ତା୨୪,/୩/୨୪, ଜଗତସିଂହପୁର ଜିଲ୍ଲା ସମଙ୍ଗ ଜେନାସାହି ଗ୍ରାମର ଶତାୟୁ ପୁରୁଷ ଶ୍ରୀ କୁମର ବର ଜେନା ,୧୦୪ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି, ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ସ୍ବର୍ଗତ ଜେନା ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲାବେଳେ ଅଲେଖ ମହିମା ଧର୍ମ ଗ୍ରହଣ କରିଥିଲେ,ଆଉ ସାରା ଜୀବନ ଅତି ନିଷ୍ଟାର ସହ ପାଳନ କରିବା ତାଙ୍କ ଜୀବନ ର ଲକ୍ଷ୍ୟ ଥିଲା,ସେ ଭୀମଭୋଇ ଙ୍କ ଲିଖିତ ଅଲେଖ ଭଜନ ଅତି ସୁନ୍ଦର ଭାବେ ଗାନ କରିପାରୁଥିଲେ,ସାରା ଜୀବନ ଅଲେଖ ଭଜନ ଜଣାଣ ଗାନ ନିଜେ ଖଜନି ବଜାଇ ଗାନ କରି ଓଡିଶା ରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ, ସେହିପରି ସେ ଜଣେ ମିଷ୍ଟ ଭାଷୀ ଉଦାର ହୃଦୟ, ଧର୍ମପ୍ରାଣ ବେକ୍ତି ଭାବେ ସୁରିଚିତ ଥିଲେ, ମୃତ ବେଳକୁ ତାଙ୍କୁ 104 ବରଷ ହୋଇଥିଲା,ତାଙ୍କ ମ୍ୟୁର୍ତୁ ଶଯ୍ୟା ନିକଟରେ ପୁତ୍ର,କନ୍ୟା,ନାତି, ନାତୁଣୀ ଆଉ ପ୍ରିୟ ଜନ ଉପସ୍ଥିତ ଥିଲେ, ଅଲେଖ ମହିମା ଧର୍ମର ବହୁ ସନ୍ୟାସୀ ଉପସ୍ଥିତ ରହିଥିଲେ,ପରେ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ସନ୍ୟାସୀ ତଥା ତାଙ୍କର ଆଁ ନ୍ତିମୀୟ ସ୍ଵଜନ୍ ଭଜନ କୀର୍ତ୍ତନ ମାଧ୍ୟମରେ ଶବ ଶୋଭଯାତ୍ରାରେ ନେଇ ଶବଦାହ କରାଯାଇଥିଲା, ତାଙ୍କର ମୃତ୍ୟୁରେ ସମଗ୍ର ଅଞଚଳବାସୀଙ୍କ ଭିତରେ ଶୋକ ର ଛାୟା ଖେଲିଯାଇ ଥିଲା,

Leave a Reply

Your email address will not be published. Required fields are marked *