ଜଗତସିଂହପୁର ଜିଲ୍ଲା ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ରାଜା ଅଭିଷେକ
ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ପୌଷ୍ୟ ପୂର୍ଣ୍ଣିମା ଅବସରରେ ରାଜା ଅଭିଷେକ ଅନୁଷ୍ଠିତ ହୋଇ ଯାଇଛି । ପରମ୍ପରା ଅନୁଯାୟୀ ଜିଲ୍ଲାପାଳ ଠାକୁର ରାଜା ଭାବେ ମନ୍ଦିର ରେ ପହଁଚିବା ପରେ ମନ୍ଦିର କମିଟି ଓ ଗ୍ରାମବାସୀ ମାନଙ୍କ ପକ୍ଷରୁ ଏକ ବିରାଟ ପଟୁଆରରେ ମନ୍ଦିର ପ୍ରବେଶ କରିବା ସହିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । – ପରମ୍ପରା ଅନୁଯାୟୀ ଆଜି ଜଗତସିଂହପୁର ଜିଲ୍ଲା ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ପୌଷ୍ୟ ପୂର୍ଣ୍ଣିମା ତିଥିରେ ରାଜା ଅଭିଷେକ ଅନୁଷ୍ଠିତ ହୋଇ ଯାଇଛି । ଗତ କାଲି ମହାପ୍ରଭୁ ଜଗନ୍ନାଥଙ୍କ ଦେବାଭିଷେକ କରାଯାଇ ଥିବା ବେଳେ ଆଜି ରାଜା ଅଭିଷେକ କରାଯାଇଛି ।

ଜିଲ୍ଲାପାଳ ଶ୍ରୀମାତୀ ପାରୁଲ ପଟାୱାରୀ ଙ୍କୁ ଠାକୁର ରାଜା ଭାବେ ଗ୍ରହଣ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା । ଦୀର୍ଘ ଦିନ ହେବ ଏହି ପରମ୍ପରା ରହିଛି । 1981 ମସିହା ଠାରୁ ମହାରାଜା ଦ୍ୱାରା ଏହି ମନ୍ଦିର ପ୍ରତିଷ୍ଠା ହେବା ପାରେ ଏଠାରେ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ଠାକୁର ରାଜା ଭାବରେ ଗ୍ରହଣ କରାଯାଇ ଆସୁଅଛି । ଆଜି ଠାକୁରଙ୍କ ସମସ୍ତ ନୀତିକାନ୍ତି ସମ୍ପୂର୍ଣ୍ଣ ପରେ ରାଜା ଅଭିଷେକ କାର୍ଯ୍ୟ ସମ୍ପାଦନ କତାଯିବା ସହିତ ସମସ୍ତେ ଆନନ୍ଦିତ ଥିବା ପଣ୍ଡିତ କହିଛନ୍ତି ।- ପ୍ରତି ବର୍ଷ ଭଳି ଆଜି ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ରାଜା ଅଭିଷେକ ଅନୁଷ୍ଠିତ ହୋଇଛି । ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କୁ ଠାକୁର ରାଜା ଭାବେ ଅଭିଷେକ କରାଯାଇଛି । ଏହା ସହିତ ଏକ ରାଜ ଦରବାର ମଧ୍ୟ ବସିଥିଲା। ମନ୍ଦିର ର ଉର୍ଣ୍ଣତି କରଣ ସହିତ ସ୍ଥାନୀୟ ଜନସାଧାରଣ ଅଭିଯୋଗ ଜିଲ୍ଲାପାଳ ଶୁଣିଥିଲେ । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ଚିଳିତ ବର୍ଷ ମହାପ୍ରଭୁଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯାଇଛି ବୋଲି ଜିଲ୍ଲାପାଳ କହିବା ସହିତ ଜିଲ୍ଲା ର ସମସ୍ତ ମନ୍ଦିର ର ଉନ୍ନତି କିପରି ହୋଇ ପାରିବ ସେ ବାବଦରେ ଆଲୋଚନା କରାଯାଇଥିଲା ।ତେବେ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉତ୍ସାହିତ କରିବା ସହିତ ଜିଲ୍ଲାପାଳ ତଥା ଠାକୁର ରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି । – ପବିତ୍ର ରଥଯାତ୍ରା ଓ ବାହୁଡା଼ ଯାତ୍ରା ସହିତ ମନ୍ଦିର ର ଉନ୍ନତି କରଣ କାର୍ଯ୍ୟ ଜିଲ୍ଲାପାଳଙ୍କ ତତ୍ୱାବଧାନରେ କରାଯାଉ ଥିବାରୁ ଅଞ୍ଚଳ ବାସୀ ବେଶ ଖୁସି ଥିବା ଦେଖାଯାଇଛି ।
ଜଗତସିଂହପୁର ରୁ Rita ସାହୁ
