ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗରିବ ଲୋକ ସାହାଯ୍ୟ କଲେ ଯୁବ ସଙ୍ଗଠନ

ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଂଚୟତରେ ଜଣେ ଦୁର୍ଦ୍ଦିନରେ ଗତିକରୁଥିବା ମହିଳା ମୀନା ବିଶ୍ୱାଳ ଙ୍କୁ ସହାୟତା ର ହାତ ବଢ଼େଇ ଛନ୍ତି ନନ୍ଦକିଶୋର ୟୁଥ୍ କ୍ଳବ ନନ୍ଦୀଗ୍ରାମର ଯୁବକମାନେ।ସୂଚନାରୁ ଜଣାଯାଏ କି ଶିଖର ଗ୍ରାମର ଏହି ମହିଳା ଜଣଙ୍କ ସ୍ଵାମୀ ନିଶାରେ ସବୁବେଳେ ରହି ଘରକୁ ଦେଖୁନାହାନ୍ତି।ଘରେ ଖାଇବାକୁ ନାହିଁ କି ରହିବାକୁ ଘରଖଣ୍ଡେ ନାହିଁ ।ଭଙ୍ଗା ଘରେ ରହୁଥିବାବେଳେ ରାତିରେ କୁକୁର ପଶି ଏହି ମହିଳା ଙ୍କୁ କାମୁଡି ଦେଇଥିଲା।ଗ୍ରାମର କିଛି ଯୁବକ ଙ୍କ ସହାୟତା ରେ ମେଡିକାଲ ନିଆଯାଇ ଥିଲା।ପରେ ୫ ବର୍ଷର ପୁଅ ପଡି ହାତ ଭାଙ୍ଗିଯାଇଛି ।ଏହି ଦୁର୍ଦ୍ଦିନରେଥିବା ମହିଳାଙ୍କ ବିଷୟ ରେ ଯୁବ ନେତା ମାନସ ସ୍ବାଇଁ ସଙ୍ଗଠନ ସହିତ କଥାବାର୍ତ୍ତା କରିଥିଲେ। ଏହି ସମ୍ପର୍କରେ ଖବର ପାଇଲା ପରେ ନନ୍ଦକିଶୋର କ୍ଳବ ତୁରନ୍ତ ୧ ମାସର ରାସନ ସାମଗ୍ରୀ ଓ କିଛି ଅର୍ଥ ରାଶି ପ୍ରଦାନ କରିଛନ୍ତି।ଓ ପ୍ରଶଂସାର ପାତ୍ର ପାଲଟିଛି।

Leave a Reply

Your email address will not be published. Required fields are marked *