ତରିକୁନ୍ଦଠାରେ ଲୁଚିରହୁଥିବାସନ୍ଦିଗ୍ଧ ବାଙ୍ଗାଲାଦେଶୀ ଙ୍କୁ ଠାବକଲା ଜଗତସିଂହପୁର ପୋଲିସ।

ରଘୁନାଥପୁର ତା ୧୮/୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନ ତରିକୁନ୍ଦ ପଞ୍ଚାୟତ ବେହେରାମପୁର ବସ୍ତି ରେ ସନ୍ଦିଗ୍ଧ ବାଙ୍ଗାଲାଦେଶୀ ଙ୍କ ଉପରେ ଚଢାସମୟରେ ବିପୁଳ ଅସ୍ତ୍ରଶସ୍ତ୍ରଜବତ କରିଛି ଜଗତସିଂହପୁର ପୋଲିସ।ଖବରୁ ପ୍ରକାଶ ତରିକୁନ୍ଦ ଫାଣ୍ଡି ଠାରୁ ଅଳ୍ପଦୂରତାରେ ରହିଥିବା ବେହେରାମପୁର ବସ୍ତିର ଜଣେବାସିନ୍ଦାଙ୍କ ଲମ୍ବାଧାଡିକିଆ ଆଜବେଷ୍ଟଜ ଘରେ ଦିର୍ଘଦିନହେବ ବେଆଇନଭାବେ ୩୦ରୁ ଉର୍ଦ୍ଧ ବାଙ୍ଗାଲାଦେଶୀ ଲୁଚିରହିଥିବା ଖବର ଜଗତସିଂହପୁର ପୋଲିସ ର ହସ୍ତଗତ ହୋଇଥିଲା।ଖବରପାଇ ରବିବାର ସଂନ୍ଦ୍ୟାରେ ଏହି ବସ୍ତିରେଥିବା ଘରଉପରେ ପୋଲିସପକ୍ଷରୁ ଚଢାଉ କରାଯାଇଥିଲା।ଚଢାଉସମୟ ରେ ପ୍ରାୟ ୧୦ଜଣ ବାଙ୍ଗାଲାଦେଶୀ ପୋଲିସ ଉପରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ।ଚଢାଉ ସମୟରେ ସେଠାରୁ ଦେଶୀ ବନ୍ଧୁକ,କଟୁରୀ,ଖଣ୍ଡା ସହ ବିପୁଳପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାସହ ଦୁଇଜଣ ମହିଳା ଙ୍କୁ ପଚାରାଉଚରା ପାଇଁ ଅଟକ ରଖି ଫେରାର ସନ୍ଦିଗ୍ଧ ମାନଙ୍କୁ ପୋଲିସ ଖୋଜାଖୋଜି ଆରମ୍ଭ କରିଛି।ପ୍ରାଥମିକ ତଦନ୍ତରୁ ଜଣାପଡିଛି ସେହି ବସ୍ତିର ଜଣେ ବାସିନ୍ଦା ସିକୁ ଖାନଙ୍କ ଘରେ ୩୦ଜଣ ଅନୁପ୍ରବେଶକାରୀ ବାଙ୍ଗାଲାଦେଶୀ ରହୁଥିଲେ ସେମାନଙ୍କ ମଧ୍ୟରୁ ୧୮ଜଣ ଅନ୍ୟଅଞ୍ଚଳକୁ ଚାଲିଯାଇଥିବା ଜଣାପଡିଛି।ତେବେ ସୋମବାର ଜିଲ୍ଲାପାଳ ଜେ ସୋନାଲ,ଡିଆଇଜି ସତ୍ୟଜିତ ନାଏକ,ଇଣ୍ଟଲେଜେନସ ଏସପି ରାଜପ୍ରସାଦ,ଜଗତସିଂହପୁର ଏସପି ଅଙ୍କିତ ବର୍ମା,ଉପଜିଲ୍ଲାପାଳ ପ୍ରଶାସନ୍ତ କୁମାର ତରାଇ,ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ, ଅତିରିକ୍ତ ତହସିଲଦାର ତପନ କୁମାର ପରିଡା,ଜଗସିଂହପୁର ଏସଡିପିଓ ଆରଜେକ ବାବୁରାମ,ଥାନା ଅଧିକାରୀ ସରୋଜ କୁମାର ସାମଲ,ତରିକୁନ୍ଦ ଫାଣ୍ଡି ଅଧିକାରୀ ଅନିଲକୁମାର ସାହୁ ଙ୍କ ଉପସ୍ଥିତ ରେ ବ୍ୟାପକପୋଲିସ ଫୋର୍ସ ମୣତୟନକରାଯାଇ ନିର୍ମାଣ ହୋଇଥିବା ଏହି ବେଆଇନ ଘରଗୁଡିକୁ ମେସିନ ସାହାଯ୍ୟ ରେ ଭାଙ୍ଗିଦିଆଯିବା ସହିତ ଘରମାଲିକ ଓ ଅଟକ ରହିଥିବା ୨ସନ୍ଦିଗ୍ଧ ମହିଳା ଙ୍କୁ ପଚାରା ଉଚରାଜାରୀ ରହିଛି।ଫେରାର ସନ୍ଦିଗ୍ଧମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସପି ଶ୍ରୀ ବର୍ମାକହିଛନ୍ତି।ଅପର ପକ୍ଷରେ ସରକାରୀ ଜାଗାରେ ବେଆଇନ ଭାବେ ଏତେଗୁଡିଏ ଘର କିପରି ନିର୍ମାଣ କରାଗଲା ଏଥିରେ ଏତେ ସନ୍ଦିଗ୍ଧ ବାଙ୍ଗାଲାଦେଶୀ ରହିଥିଲେ ବି ସ୍ଥାନୀୟ ଆରଆଇ, ପୋଲିସ ଓ ପ୍ରଶାସନ କିପରି ଜାଣି ପାରିଲାନାହିଁ ତାହା ତଦନ୍ତର ଆବଶ୍ୟକତା ରହିଛି।ଯାହାକୁନେଇ ଜଗତସିଂହପୁର ଜିଲ୍ଲାରେ ଏକ ବିରାଟ ଆତଙ୍କବାଦୀ ଆକ୍ରମଣ କୁ ଏଡାଇ ଦିଆଯାଇଥିଲେ ମଧ୍ୟ ଆଗାମୀ ଦିନରେ ଏହି ଘଟଣା ପୁର୍ନରାବୣତି ନହେବବୋଲି ପ୍ରଶ୍ନବାଚୀ ସୣଷ୍ଟିକରିଛି।ରଘୁନାଥପୁର ଅଞ୍ଚଳରେ ହଜାର ହଜାର ସନ୍ଦିଗ୍ଧ ବାଙ୍ଗାଲାଦେଶୀ ଲୁଚିରହିଥିବା ସାଧାରଣ ରେ ସନ୍ଦେହ ପ୍ରକଟ କରିଛି।ଏହାକୁ ପ୍ରଶାସନ ତଦନ୍ତ କଲେ ବହୁତଥ୍ୟ ଲୋକଲୋଚନକୁ ଆସିପାରିବ।ଏହି ଘଟଣାକୁ କେନ୍ଦ୍ରକରି ରଘୁନାଥପୁର ପୋଲିସ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉଜାରୀ ରହିଛି।

Leave a Reply

Your email address will not be published. Required fields are marked *