ଜଗତସିଂହପୁର ସଦର ପୋଲିସ ଚଢ଼ାଉ କରି 35 ଗ୍ରାମ ବ୍ରାଉନ ସୁଗାର ଜବତ
-ଜଗତସିଂହପୁର ଜିଲ୍ଲା ସଦର ଥାନା ପୁନଙ୍ଗ ନିକଟରେ ଜଗତସିଂହପୁର ସଦର ପୋଲିସ ଚଢ଼ାଉ କରି 35 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାର୍କଣ୍ଡପୁର ଗାଁର ପ୍ରମୋଦ କୁମାର ଗୋଚ୍ଛାୟତ ଓରଫ କୁନୁ । ଜବତ ବ୍ରାଉନ ସୁଗାର ମୂଲ୍ୟ ଆନୁମାନିକ 3 ଲକ୍ଷ 50 ହଜାର ଟଙ୍କା ହେବ । ଏଥି ସହିତ ଗୋଟିଏ ବାଇକ, ମୋବାଇଲ ଓ 2400 ଟଙ୍କା କ୍ୟାସ ମଧ୍ୟ ଜବତ କରାଯାଇଛି । ଏହି ବାବଦରେ ଆଜି ପ୍ରେସ ମିଟରେ ସୂଚନା ଦେଇଛନ୍ତି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ।
