ରାଜ୍ୟ ବିଜେଡି ଉପସଭାପତି ଚିରଞ୍ଜୀବ ବିଶ୍ୱାଳ ଙ୍କ ଜଗତସିଂହପୁର ଗସ୍ତ
*ରାଜ୍ୟ ବିଜେଡି ଉପସଭାପତି ଚିରଞ୍ଜୀବ ବିଶ୍ୱାଳ ଙ୍କ ଜଗତସିଂହପୁର ଗସ୍ତ
*ଆହତ ମହିଳା ଙ୍କୁ ମେଡ଼ିକାଲ ରେ ଭେଟିଲେ ଚିରଞ୍ଜୀବ
*ମହିଳା ଙ୍କ ଉପରେ ଆକ୍ରମଣ କୁ ନିନ୍ଦା କଲେ ଚିରଞ୍ଜୀବ
*ବିଜେପି ଜିଲ୍ଲା ସଭାପତି କରିଛନ୍ତି ବ୍ୟକ୍ତିଗତ ଘଟଣା କୁ ରାଜନୈତିକ ରୂପ ଦେଉଛି ବିଜେଡି ଜିଲ୍ଲା ସଦର ବ୍ଲକ ପଟସରା ଗାଁ ରେ ଆକ୍ରମଣର ଶିକାର ହୋଇଥିବା ମହିଳା ରଶ୍ମି ପରିଜା । ଦୀପାବଳୀ ଦିନ ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତା ଓ ବାଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ମାରପିଟି ହୋଇଥିଲା । ଉଭୟ ପକ୍ଷରୁ ଜଗତସିଂହପୁର ସଦର ଥାନାରେ ଏତାଲା ହୋଇଛି । ରଶ୍ମି ବିଜେଡିର ଜଣେ ସକ୍ରିୟ କର୍ମୀ । ସେ ସୋସିଆଲ ବିଜେଡିର ମିଡିଆରେ ପୋଷ୍ଟ କରୁଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବାର ଆହତ ମହିଳା କହିଛନ୍ତି ।ତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଛି । ଆଜି ରାଜ୍ୟ ବିଜେଡି ଉପସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ସହିତ କିଛି ସ୍ଥାନୀୟ ନେତା ଓ କର୍ମୀ ମାନେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ଆହତ ମହିଳା ଙ୍କୁ ଭୋଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରୀ ବିଝିବା ସହିତ ଏହି ଘଟଣା କୁ ସେ ନିନ୍ଦା କରିଛନ୍ତି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ସେ କହିଥିବା ବେଳେ ସରକାର ମହିଳା ଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ଅପରପକ୍ଷରେ ଏହି ଘଟଣା ତାଙ୍କର ବ୍ୟକ୍ତିଗତ ଓ ପୂର୍ବ ଶତ୍ରୁତା ବୋଲି ବିଜେପି ପକ୍ଷରୁ କୁହାଯାଇ ଥିବାବେଳେ ପୋଲିସ ଏହାର ତଦନ୍ତ ଚଳାଇଛନ୍ତି ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ର କହିଛନ୍ତି ।
ଜଗତସିଂହପୁର ରୁ ରିତା ସାହୁ
