ଜାଗେଶ୍ୱରୀ ଇଡିସି ପକ୍ଷରୁ ତାଳମଞ୍ଜି ରୋପଣ
ଜାଗେଶ୍ୱରୀ ଇଡିସି ପକ୍ଷରୁ ତାଳମଞ୍ଜି ରୋପଣ
କୋଣାର୍କ, ୦୯.୦୯- କୋଣାର୍କ ବନାଞ୍ଚଳ ଉପଖଣ୍ଡ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟ ନିକଟ ଜଙ୍ଗଲରେ ମା ଜାଗେଶ୍ୱରୀ ଇଡିସି ପକ୍ଷରୁ ମଙ୍ଗଳାବର ପୂର୍ବାହ୍ନରେ ବ୍ୟାପକ ତାଳମଞ୍ଜି ରୋପଣ କରାଯାଇଛି। ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନିବେଦନ କ୍ରମେ ବାଣପଦା ଓ ଡାଳିମ୍ବଗୋରଡି ଗ୍ରାମକୁ ନେଇ ଗଠିତ ମା ଜାଗେଶ୍ୱରୀ ଇକୋ ଡେଭଲପମେଣ୍ଟ କମିଟି ଆନୁକୁଲ୍ୟରେ ୩୦୦୦ ତାଳ ମଞ୍ଜି ସଂଗ୍ରହ କରାଯାଇ ଜଙ୍ଗଲ ଚତୁପାର୍ଶ୍ୱରେ ଲଗାଯାଇଛି।

ଜଙ୍ଗଲ ସୁରକ୍ଷା ଓ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଆଗାମୀ ବର୍ଷରେ ୧୦ ହଜାର ତାଳ ମଞ୍ଜି ରୋପଣ କରାଯିବ ବୋଲି କମିଟି ପକ୍ଷରୁ ସୁଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସେବାନିବୃତ ବନ ଅଧିକାରୀ ଦୁଃଶାସନ ନାୟକ , ଇଡିସି ସଭାପତି ସୁବାସ ଚନ୍ଦ୍ର ବେଉରା, ୫ ନମ୍ବର ୱାର୍ଡ କାଉନସିଲର ନିହାର ରଞ୍ଜନ ବେଉରା, ପୂର୍ବତନ ସଭାପତି ସୁଶାନ୍ତ ବେଉରା, ପୁର୍ବତନ କାଉନସିଲ ପଦ୍ମଚରଣ ବେଉରା, ବିମଳ କାଣ୍ଡି, ମାନସ ପାତ୍ର, ସୁକାନ୍ତି କାଣ୍ଡି, ଅଭୀନା କାଣ୍ଡି, ଭ୍ରମର କାଣ୍ଡି, ଚନ୍ଦନ କାଣ୍ଡି, ଲିଙ୍ଗରାଜ ବେଉରା, ସାଧୁ ଚରଣ ବେଉରା, ପୀତବାସ ବେଉରା ଓ ଅନ୍ୟାନ୍ୟ ସଭ୍ୟ ମାନେ ମିଳିତ ଭାବେ ତାଳ ମଞ୍ଜି ରୋପଣ କରିଥିଲେ।
