କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ.ଏ.ସି ରେ ଗଡ଼ିଲା ଜୟ ଜଗନ୍ନାଥ ଅର୍ପଣ ରଥ
ଜାନୁଆରୀ 17 ତାରିଖ ରେ ଲୋକାର୍ପିତ ହେବା କୁ ଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ବାଲିଗୁଡା ସହର ବାସୀଙ୍କ ମଧ୍ୟରେ ଉତ୍ସାହ ର ମାହଲ ରହିଛି l ବାଲିଗୁଡା ଜଗନ୍ନାଥ ମନ୍ଦିର ରେ ପ୍ରଥମେ ପୂଜାର୍ଚନା ପରେ ବାଲିଗୁଡା ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ପହଁଚିଥିଲା ଜୟ ଜଗନ୍ନାଥ ଅର୍ପଣ ରଥ l ବାଲିଗୁଡା ବିଧାୟକ ଚକ୍ରମଣୀ କଂହର,କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ,ଏନ.ଏ.ସି ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା ଏହି ରଥ ର ଶୁଭାରମ୍ଭ କରିଥିଲେ l ବନ୍ଦାପନା,ପୂଜାର୍ଚନା ଓ ମନ୍ତ୍ରପାଠ ପରେ ଜୟ ଜଗନ୍ନାଥ ଅର୍ପଣ ରଥ ବାଲିଗୁଡା ଏନଏସି ର ଚାରି, ପାଞ୍ଚ, ଛଅ ଓ ସାତ ନମ୍ବର ୱାର୍ଡ ପରିକ୍ରମା କରିଥିଲା l ରଥ ପରିକ୍ରମା ସମୟରେ ହୁଳହୁଳି,ଭଜନ ଓ ସଂକୀତର୍ଣ୍ଣ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭାବ ବିହ୍ଵଳ ହୋଇଥିଲେ ସହରବାସୀ l ଘରେ ଘରେ ଅରୁଆ ଚାଉଳ ସଂଗ୍ରହ ସହ ଗୁଆ ପ୍ରଦାନ କରାଯାଇଥିଲା l ବାଲିଗୁଡା ପୂର୍ବତନ ବିଧାୟକ ରାଜୀବ ପାତ୍ର, ଏନଏସି ଉପାଧ୍ୟାଖ୍ୟା ଶାନ୍ତି ନାୟକ, କାଉନସିଲର,ଏନଏସି ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଏଥିରେ ସାମିଲ ହୋଇଥିଲେ l
