ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବୁଲିଲା ଜୟ ଜଗନ୍ନାଥ ରଥ

– ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ବ୍ଲକ ଓ ବିଭିନ୍ନ ପଞ୍ଚାୟତ ରେ ବୁଲିଲା ଜୟ ଜଗନ୍ନାଥ ରଥ । ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଜୟ ଜଗନ୍ନାଥ ରଥ ପଞ୍ଚାୟତ ର ପ୍ରତି ଘରକୁ ଘର ବୁଲି ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରାଯାଇଛି । ତେବେ ଆଜି ତିର୍ତ୍ତୋଲ ବ୍ଲକ ବିର୍ତ୍ତୋଳ ପଂଚାୟତ ରେ ଏହି କାର୍ଯ୍ୟକ୍ରମ ମହାଆଡ଼ମ୍ବର ସହିତ କରାଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ପଂଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି, ଜନସାଧାରଣ, SHG ମହିଳା ମାନେ ସାମିଲ ହୋଇ ବେଶ ଉତ୍ସ।ହିତ ଥିବା ଦେଖାଯାଇଛି । ବିର୍ତ୍ତୋଳ ପଂଚାୟତ ର ବିଭିନ୍ନ ଗ୍ରାମରେ ଜୟ ଜଗନ୍ନାଥ ରଥ ବୁଲିବା ସହିତ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି । ବହୁ ଭକ୍ତ ମାନେ ଶ୍ରଦ୍ଧା ରେ ଗୁଆ, ଅରୁଆ ଚାଉଳ, ନଡ଼ିଆ ଆଦି ଜଗନ୍ନାଥଙ୍କ ଉଦ୍ଦେଶ୍ୟ ରେ ଅର୍ପଣ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଛନ୍ତି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *