ଯଯାତି ମହୋତ୍ସବ ପାଇଁ ଯାଜପୁର ଜିଲ୍ଲା ଉତ୍ସବ ମୁଖର!
ଧର୍ମଶାଳା–ଯାଜପୁର ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଐତିହ୍ୟ ସମ୍ପନ୍ନ ଯଯାତି ମହୋତ୍ସବ ।ଯାହାକୁ ନେଇ ଯାଜପୁର ଜିଲ୍ଲା ଉତ୍ସବମୁଖର ।ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଯଯାତି ପଥ ଉତ୍ସବ ।ସେହିପରି ଭାବେ ଜିଲ୍ଲାର ଧର୍ମଶାଳା ଠାରେ ଅନୁଷ୍ଟିତ ହୋଇଛି ଯଯାତି ପଥ ଉତ୍ସବ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କଳା ସଂସ୍କୃତି ର ଝଲକ୍ ଦେଖିବାକୁ ମିଳିଥିଲା ।ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମାନେ ଏଥିରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ,ସମେତ ଧର୍ମଶାଳା ବ୍ଲକ ପ୍ରଶାସନ ଏବଂ ସମାଜ ସେବୀ ମିନତି ସାହୁ ଯୋଗଦେଇ ,ଜିଲ୍ଲା ମହୋତ୍ସବରେ ସମସ୍ତ ଲୋକଙ୍କୁ ଯୋଡିବା ଏବଂ ଐତିୟ ସମ୍ପନ୍ନ ମହୋତ୍ସବ କୁ ଆହୁରି ବ୍ୟାପକ କରିବା ପାଇଁ ଯଯାତି ପଥ ଉତ୍ସବ ର ଲକ୍ଷ ବୋଲି କହିଥିଲେ ।
