ଯାଜପୁର ରୋଡ ବନ ବିଭାଗ ରେଞ୍ଜ ପକ୍ଷରୁ ସାପଗଡିଆ ସ୍ଥିତ ପଡିଆରେ ଏକ ପେଡ୍ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର ରୋଡ ବନ ବିଭାଗ ରେଞ୍ଜ ପକ୍ଷରୁ ସାପଗଡିଆ ସ୍ଥିତ ପଡିଆରେ ଏକ ପେଡ୍ ମାଆ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି lଯାଜପୁର ରୋଡ଼ ବନ ବିଭାଗ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ବିଶେଷ ଭାବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଉତ୍ସାହିତ ଭାବେ ପାଳନ କରିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ପକ୍ଷରୁ ଗଛ ଲଗା ଯାଇଛି l ଆଜି ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, କଟକ ବନଖଣ୍ଡ ଅଧିକାରୀ ଅନିଲ କୁମାର ରାଏ ଓ ଏସଇଏଫ ସନ୍ତୋଷ କୁମାର ପତି ଯୋଗଦେଇ ଯୋଗଦେଇ ଜିଲ୍ଲାକୁ ଚଳିତ ବର୍ଷ କିଭଳି ବନିକରଣ କରାଯିବ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୃଦ୍ଧିଜୀବି, ସାମ୍ୱାଦିକ ଓ ବିଭିନ୍ନ ସଂଗଠନର ବ୍ୟକ୍ତି ବିଶେଷ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l
