ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଜନ ଔଷଧି ଦିବସ ପାଳନ କରାଯାଇଛି |
ପୁରୀ :- ଔଷଧି ଦିବସଟି ପାଳନର ମୁଖ୍ୟ ଉଦେଶ୍ୟ ହେଉଛି ସରକାରୀ ସ୍ତରରେ ମାଗଣାରେ ମିଳୁଥିବା ଔଷଧ ଓ ଜନସାଧାରଣଙ୍କୁ ମିଳୁଥିବା ସମସ୍ତ ସୁବିଧା ଓ ଉପଯୁକ୍ତ ସୁଯୋଗ ଆପଣେଇବା ଏବଂ ଜନ ଔଷଧି କେନ୍ଦ୍ରରେ ସ୍ୱଳ୍ପ ଦରରେ ମିଳୁଥିବା ଅନେକ ଆବଶ୍ୟକୀୟ ଔଷଧ ମଧ୍ୟ ପାଇବା | ଏହି ଅବସରରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଦିବସକୁ ପାଳନର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ତତ୍ ସହିତ ବଳଗଣ୍ଡି ଛକ ସ୍ତିତ ଜନ ଔଷଧି କେନ୍ଦ୍ର ପରିଦର୍ଶନ କରିଥିଲେ ଓ ସେଠାରେ ଉପସ୍ଥିତ ଜନତାଙ୍କ ସହିତ ବାର୍ତାଳାପ କରିବାସହିତ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳୁଥିବା ସମସ୍ତ ସୁବିଧାର ଲାଭ ଉଠାଇବା ପାଇଁ କହିଥିଲେ | ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଭାରତ ସରକାରଙ୍କ ତରଫରୁ ମିଳୁ ଥିବା ଜନ ଔଷଧି କେନ୍ଦ୍ରରେ ସ୍ୱଳ୍ପ ପଇସାରେ ମିଳୁଥିବା ଔଷଧ ସମ୍ୱନ୍ଧରେ ମଧ୍ୟ ଅବଗତ କରାଇବା ସହ କିପରି ସମସ୍ତେ ଏହି ଔଷଧକୁ ଅଧିକରୁ ଅଧିକ କିଣି ପାରିବେ ସେ ବିଷୟରେ ମଧ୍ୟ କହିଥିଲେ |କେବଳ ଜିଲ୍ଲା ସ୍ତରରେ ନୁହେଁ ଏହି ଜନ ଔଷଧି ଦିବସ ଦିବସଟି ସମସ୍ତ ୧୬ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୫ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୧୯୪ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ,ଏବଂ ୫ଟି ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଧ୍ୟ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରୂପଭାନୁ ମିଶ୍ର ଉପସ୍ଥିତ ଥିଲେ | ଜିଲ୍ଲା ପ୍ରକଳ୍ପ ଅଧିକାରୀ ଟି ନାରାୟଣ ରାଓ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ |
