ସ୍ୱଛତା ପକ୍ଷ ଏବଂ ସ୍କିଲ ଇଣ୍ଡିଆ ମିଶନ ର ଦଶ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜନ ଶିକ୍ଷଣ ସଂସ୍ଥାନ,
ସ୍ୱଛତା ପକ୍ଷ ଏବଂ ସ୍କିଲ ଇଣ୍ଡିଆ ମିଶନ ର ଦଶ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜନ ଶିକ୍ଷଣ ସଂସ୍ଥାନ, ପୁରୀ ତରଫରୁ ଏକ ସ୍ୱତନ୍ତ୍ର ସାମୁହିକ ସଫେଇ କାର୍ଯ୍ୟକ୍ରମ ଜନ ଶିକ୍ଷଣ ସଂସ୍ଥାନ, ପୁରୀ ତରଫରୁ ସ୍ୱଛତା ପକ୍ଷ ଏବଂ ସ୍କିଲ ଇଣ୍ଡିଆ ମିଶନ ର ଦଶ ବର୍ଷ ପୂର୍ତ୍ତି ପାଳନ ଅବସରରେ ତା ୨୯/୦୭/୨୦୨୫ ପ୍ରାତଃ ୮ ଘଟିକା ସମୟରେ ପୁରୀ ପୌରପାଳିକା ର ମିଳିତ ସହଯୋଗ ରେ ଏକ ସ୍ୱତନ୍ତ୍ର ସାମୁହିକ ସଫେଇ କାର୍ଯ୍ୟକ୍ରମ ପୁରୀ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମ ରେ ଜନ ଶିକ୍ଷଣ ସଂସ୍ଥାନ ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶି ଭୂଷଣ ଦତ୍ତ, ସହ କାର୍ଯ୍ୟକ୍ରମ ଅଧିକାରିଣୀ ନିକି ପ୍ରଧାନ କାର୍ଯ୍ୟକର୍ମ କୁ ପରିଚାଳନା କରିଥିଲେ I ସଂସ୍ଥାନ ର ଅନ୍ୟାନ୍ୟ କର୍ମଚାରୀ ପ୍ରସାଦ ଦ୍ବିବେଦୀ ,ଜୀବନ ଜୀତା ଦାସ ,ପ୍ରତାପ ଚନ୍ଦ୍ର ବେହେରା ,ବାଦଲ ପରିଡା ,ସହ ସଂସ୍ଥାନ ର ପାଖାପାଖି ତେୟାଅଶି ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ଏବଂ ପୌରପାଳିକା ପରିଷଦ ର, ପରିମଳ ବିଶେଷଜ୍ଞ ସୌଭାଗ୍ୟ ଲକ୍ଷ୍ମୀ ଜେନା, କେଶବ ଚନ୍ଦ୍ର ସାହୁ, ରୀଷବ ଦାସ ଉପସ୍ଥିତି ରେ ସାନି ଟେସନ ସୁପର ଭାଇଜର, ସଫେଇ ମିତ୍ର ଆଦି ଉପସ୍ଥିତ ରହି ମାସ୍କ ଏବଂ ଗ୍ଳୋବ୍ସ ପରିଧାନ କରି ଝାଡୁ ଏବଂ ଡଷ୍ଟବିନ ଧରି ମନ୍ଦିର ପରିସର ପୁଷ୍କରିଣୀ ଚତୁର୍ପାଶ୍ୱ, କାଉଡି ଶ୍ରଦ୍ଧାଳୁ ଙ୍କର ରହଣି ସ୍ଥାନ ସଫା କରି ବିଭିର୍ନ୍ନ ଅଳିଆ ଆବର୍ଜନା ଯଥା ବ୍ୟବହୂର୍ତ୍ତ ପୂଜା ସାମଗ୍ରୀ ,ଫୁଲ ମାଳ ,ସାଲୁକନା ,ପଲିଥିନ ପ୍ଲାଷ୍ଟିକ ଫୁଲ ମାଳ ତଥା ପାଣି ବୋତଲ ଆଦି ସଂଗ୍ରହ କରାଯାଇ ପୁରୀ ପୌରପାଳିକା ର ସ୍ୱଛତା ରଥ କୁ ହସ୍ତାନ୍ତର କର ଯାଇଥିଲା I ତତ ସହିତ ସାମୁହିକ ସ୍ୱଛତା ଶପଥ ପାଠ ଏବଂ ସ୍ୱଛତା ନାରା ସହ “ସ୍ଵଛ ପରିବେଶ ସୁସ୍ଥ ପରିବେଶ” ର ବାର୍ତା ଦେଇ ସାମୁହିକ ସଫେଇ କାର୍ଯ୍ୟକର୍ମ କୁ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ I ଆପଣଙ୍କର ବିଶ୍ୱସ୍ତ ନିର୍ଦ୍ଧେଶକ ଜନ ଶିକ୍ଷଣ ସଂସ୍ଥାନ, ପୁରୀ
