ଅଠରବାଟିଆ ରେ ମହାଆଡମ୍ବର ରେ ଜନ୍ମାଷ୍ଟମୀ ପାଳିତ

ଅଠରବାଟିଆ ରେ ମହାଆଡମ୍ବର ରେ ଜନ୍ମାଷ୍ଟମୀ ପାଳିତ l

ଚିଲିକା, (15/08)ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହୋଇଛି l ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଅଠରବାଟିଆ ପଞ୍ଚାୟତ ଚନ୍ଦ୍ରlପୁଟ ଗ୍ରାମରେ ବଡ଼ ଧୁମଧାମରେ ପାଳିତ ହୋଇଛି ଜନ୍ମାଷ୍ଟମୀ ଉତ୍ସବ , ଏଠାରେ ଥିବା ବାଳମୁକୁନ୍ଦ ଦେବଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ l ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, ଓ ପୁରୀ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ଆସିଥାନ୍ତି l ନିଜ ନଜର ମାନସିକ ଧାରୀମାନେ, ଶ୍ରଦ୍ଧାଳୁ ମାନଙ୍କ ମନସ୍କାମନା ପୂରଣ ମଧ୍ୟ ହେଉଥାଏ ବୋଲି ଅଞ୍ଚଳବାସି ଯାହା କୁହନ୍ତି l ଏତତ ସହିତ ଚନ୍ଦ୍ରlପୁଟ ଗ୍ରାମର ସମୂହ ସହଯୋଗ ରେ କୃଷ୍ଣଲୀଳା ଖେଳା ହେବା ସହିତ ନନ୍ଦ ଉତ୍ସବ ମଧ୍ୟ ପାଳନ କରିଥାନ୍ତି ଦୁଇଦିନ ଧରି l ଉକ୍ତ ଉତ୍ସବ ୨୦୦ ବର୍ଷ ରୁ ଉର୍ଦ୍ଧ ହେବ ଏହି ଉତ୍ସବ ପାଳିତ ହୋଉଥିବା ଜଣାଯାଏ l ବର୍ତମାନ ଏହି ଉତ୍ସବ କୁ ସଭାପତି ଗୋବିନ୍ଦ ଜାଲି, ଉପ ସଭାପତି ଗୋଲଖ ବେହେରା, କ୍ୟାସିଆର ରଙ୍କନାଥ ଜାଲି,ଟ୍ରଷ୍ଟର ଓଘର ବେହେରା, ମୋଚିରାମ ଜାଲି ପୂର୍ବତନ ଟ୍ରଷ୍ଟ, ଧରମା କେଇ, ଦୁଃଖୀଶ୍ୟାମ ବେହେରା,ଧୂର୍ଵ ଚରଣ ବେହେରା ଓ ପ୍ରକାଶ ବେହେରା ପ୍ରମୁଖ ବରିଷ୍ଠ ମୁଖିଆ ମାନଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ବେଳେ ସତ୍ୟନାରାୟଣ ଯୁବକ ସଂଘ ସହଯୋଗ ରେ ମହା ଆଡମ୍ବର ରେ ପାଳିତ ହେଉଛି l
ପର୍ବପର୍ବାଣି ମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି l

ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି ।

Leave a Reply

Your email address will not be published. Required fields are marked *