ଜଟଣୀ ପୁସ୍ତକ ମେଳା ଉଦଘାଟିତ

ଜଟଣୀ ପୁସ୍ତକ ମେଳା ଉଦଘାଟିତ ଜଟଣୀ ତା ୦୮।୧୨। ୨୫
ଜଟଣୀ ଟାଉନ ହଲ ସ୍ରଷ୍ଟା ପରିସରରେରେ ତ୍ରୟୋବିଂଶତିତମ ଜଟଣୀ ପୁସ୍ତକ ମେଳା୭ତାରିଖ ସନ୍ଧ୍ୟାରେ ଅନୁଷ୍ଠିତହୋଇଯାଇଛି। ଜଟଣୀ ପୁସ୍ତକ ମେଳାର କାର୍ଯ୍ୟକାରୀ ସଭାପତି ଜବାହରଲାଲ ସୁବୁଦ୍ଧି ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ।
ଡ: ପ୍ରସନ୍ନ କୁମାର ସ୍ୱାଇଁ,କୁଳପତି ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାନବ ସେବା ମାଧବ ସେବା। ବିବେକ ଜ୍ଞାନ ଲାଭ ପାଇଁ ପୁସ୍ତକ ପଠନ ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।
ପୁସ୍ତକ ମେଳାର ଶୁଭ ଉଦଘାଟନ କରି ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦପ୍ରସାଦ ମାହାନ୍ତି କହି ଥିଲେକି ପୁସ୍ତକ ମେଳା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନ ଉଦୟ ହେଵା ସହିତ ନୈତିକ ମୂଲ୍ୟବୋଧର ଉନ୍ନତି ହେଵ।
ସମ୍ମାନାସ୍ପଦ ଅତିଥି..ପ୍ରାକ୍ତନ ଅଧ୍ୟକ୍ଷ ଡ: ପ୍ରମୋଦ ଚନ୍ଦ୍ର ଦାଶ ଆଜିର ଇଣ୍ଟରନେଟ୍ ଯୁଗରେ ପୁସ୍ତକ ପଠନ ପ୍ରତି ଯୁବ ସମାଜ ବିମୁଖ। ପୁସ୍ତକ ମେଳା ଦ୍ୱାରା ପୁସ୍ତକ ପଠନ ପ୍ରତି ସେମାନଙ୍କର ଆଗ୍ରହ ହେବ। ମହାପୁରୁଷ ମାନଂକର ଜୀବନୀ ପଢିବା ଉଚିତ ବୋଲି ମତ ବ୍ୟକ୍ତ କରି ଥିଲେ।
ଅତିଥି ମାନଂକର ପରିଚୟ ପ୍ରଦାନ ପଦ୍ମନାଭ ପାଣିଗ୍ରାହୀ କରି ଥିବା ବେଳେ
ଡ: ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଶଶି ରଥ, କ୍ଷୀରୋଦ ନନ୍ଦ, ଆଦି ନାରାୟଣ ଖଣ୍ଡୁଆଳ, ଡ: ସୁକାନ୍ତି ମହାପାତ୍ର, କିଶୋର ପାଇକରାୟ, ସୁଶାନ୍ତ ରାଉତ, ଭବାନୀ ଶଙ୍କର ମହାପାତ୍ର, ଅଙ୍କିତା ଶର୍ମା, ସ୍ଵସ୍ତିଦା ପାଲ ପ୍ରମୁଖ ସହଯୋଗ କରିଥିଲେ।
କୁଞ୍ଜବିହାରୀ ପାଢୀଙ୍କ ବାପାଙ୍କ କାହାଣୀ ଓ ଅନ୍ୟାନ୍ୟ ଗଳ୍ପ,
ଡ: ପୂର୍ଣ୍ଚଚଂଦ୍ର ମହାରଣାଙ୍କ ଦିବ୍ୟ ଝରଓ ପଦ୍ମ ପାଖୁଡ଼ା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *