ଜଟଣୀରେ ସ୍ୱରେଜ୍ବ ବୋର୍ଡ ସହକାରୀ ପ୍ରକଳ୍ପ
ଜଟଣୀରେ ସ୍ୱରେଜ୍ବ ବୋର୍ଡ ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜଟଣୀ ତା ୨୯–୩-୨୫ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଜଳ ଯୋଗାଣ ଓ ସ୍ୱରେଜ ବୋର୍ଡ଼ ସହକାରୀ ପ୍ରକଳ୍ପ ପରିଚାଳକ ଶ୍ରୀ ଦେବାଶିଷ ସାହୁଙ୍କ ଜଟଣୀକଲେଜ ରୋଡ ସ୍ଥିତ ବାସ ଭବନ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏକ କାଳୀନ ଭୁବନେଶ୍ବର,ଜଟଣୀ ଓ କଟକ ଜିଲ୍ଲା ଚୌଦ୍ଵାର ଠାରେ ମଧ୍ୟ ଚଢ଼ାଉ କରାଯାଇଥିବା ଜଣା ପଡିଛି । ଜଟଣୀ ପଟେଲ ମାର୍ଗ ସ୍ଥିତ ତାଙ୍କର ଗୋଟାଏ ଦୁଇ ମହଲା ଓ ଗୋଟାଏ ତିନି ମହଲା ବିଶିଷ୍ଟ ଅଟ୍ଟାଳିକା, ବନଦୁର୍ଗା ମାର୍କେଟ କମ୍ପ୍ଲେକ୍ସ ସ୍ଥିତ ଦୁଇଟି ଦୋକାନ , ଭୁବନେଶ୍ବର କାର୍ଯ୍ୟାଳୟ, ଏବଂ ଆଇଗିଣିଆ ସ୍ଥିତ ଭଡ଼ା ଘର,କଟକ ଚୌଦ୍ଵାର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି । ପୂର୍ବରୁ ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ଜେଲ ଯାଇଥିବା ବେଳେ ଜଟଣୀରେ ଏପରି ଚଢ଼ାଉ ଚର୍ଚ୍ଚାର ବିଷୟ ପାଲଟିଛି।
ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
