ଜଟଣୀ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ଜଟଣୀ ତା ୨୦-୧୧-୨୫ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆବିଷ୍କାର ଯୋଜନାରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୧୦୩ଟି ବିଦ୍ୟାଳୟରୁ ୧୫୦ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ମହାକାଶ ବିଜ୍ଞାନୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ପୌରାଧ୍ୟକ୍ଷ ଅନନ୍ତ ବେହେରା, ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ପୌର ଉପାଧ୍ୟକ୍ଷା ଆରତି ରାଉତ,ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଜୋସ୍ନାରାଣୀ ନାୟକ, ଜଟଣୀ ଵି ଆର ସି ପୂର୍ଣ୍ଣ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଉତ୍ସବରେ ପୌରହିତ୍ୟ କରିଥିଲେ। ଉଦଯାପନୀ ଉତ୍ସବରେ ଜଟଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଏ.ଵି. ଓ. ଡ. ସବିତା ବେହେରା, ପ୍ରମିଳା ସାହୁ, ଵି ଆର ସି ପୂର୍ଣ୍ଣ ଚନ୍ଦ୍ର ବେହେରା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଜୋସ୍ନା ରାଣୀ ନାୟକ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଯୋଜନାରେ ୬ଜଣ ଓ ବାଲ ବୈଜ୍ଞାନିକ ଯୋଜନାରେ ୭ଜଣ ବିଦ୍ୟାର୍ଥୀ ମନୋନୀତ ହୋଇଥିଲେ। ସି ଆର ସି ସି ରଶ୍ମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *