ଓଲଟିଲା ଯାତ୍ରା ପାର୍ଟି ଗାଡି, ୬ ଗୁରୁତର

ଓଲଟିଲା ଯାତ୍ରା ପାର୍ଟି ଗାଡି। ଯାତ୍ରା ରୟାଲ ପିଙ୍କ ଯାତ୍ରା ପାର୍ଟି ଗାଡି ଓଲଟି ୬ ଗୁରୁତର।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ଗାଁ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତର ମାନେ ବାଲେଶ୍ବର ଜିଲ୍ଲାର ଜମ୍ବେଶ୍ଵର ଦେହୁରୀ, ବାବୁଲି ମହାନ୍ତ, ବୈଜେନ୍ଦ୍ର ପ୍ରଧାନ, ପବିତ୍ର ସେଣ୍ଢ, ଧଗା ଦେହୁରୀ, ପଣ୍ଡା ଚାରୁଆଲ। ଯାତ୍ରା ପାର୍ଟି ଗାଡିଟି ଅନୁଗୁଳ ଜିଲ୍ଲା ଖମାର ଅଂଚଳରୁ ଯାତ୍ରା ସାରି ଢେଙ୍କାନାଳ ଷଡ଼ଙ୍ଗୀ ଅଂଚଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଡ୍ରାଇଭରର ଆଖି ଲାଗି ଯିବାରୁ ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *