କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳନ
ଭୁବନେଶ୍ୱର
୩୦ ଏପ୍ରିଲ, ୨୦୨୫
ଆଜି କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ବିଶିଷ୍ଟ ସଂଗୀତଜ୍ଞମାନଙ୍କୁ ନେଇ ଭକ୍ତି ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିପରି ଭାବରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ କବି ଶ୍ରୀ ଜୟଦେବ ଏବଂ ତାଙ୍କ ଦ୍ୱାରା ରଚିତ ଶ୍ରୀ ଗୀତଗୋବିନ୍ଦ ଉପରେ ଆଧାରିତ ଏକ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା।
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ମଧ୍ୟ ଜୟଦେବଙ୍କ ରଚିତ ଗୀତଗୋବିନ୍ଦକୁ ନେଇ ଭକ୍ତି ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
