ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସର୍ବପୁରାତନ ଅନୁଷ୍ଠାନ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୋସିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଓ‌ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଗୋପବନ୍ଧୁ ତ୍ୟାଗ ପୂତ ଜୀବନ ର ଉଦାହରଣ ଦେଇ ଗୋପବନ୍ଧୁ ଦୁଃଖୀ ଦରିଦ୍ର ଙ୍କ ବନ୍ଧୁ ବୋଲି ପରିପ୍ରକାଶ କରିଥିଲେ। ବନ୍ୟା ଅଞ୍ଚଳ ରେ ଲୋକ ମାନଙ୍କୁ ସେବା ଯୋଗାଇ ସମଗ୍ର ଓଡ଼ିଶାରେ ଉତ୍କଳ ର ମଣି ହୋଇପାରିଥିଲେ। ସମଗ୍ର ଓଡ଼ିଶାକୁ ନିଜ ପରିବାର ବୋଲି ପରିପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ଶିବାନୀ ମିଶ୍ର, ଦିପ୍ତିମୟୀ ପ୍ରଧାନ, ନିବେଦିତା ସାହୁ, ନନ୍ଦିନୀ ରାଉଳ, କାର୍ଯ୍ୟାଳୟ ସହାୟିକା ପଦ୍ମିନୀ ଭୋଇ, କର୍ମଚାରୀ ରମେଶ ଚନ୍ଦ୍ର ମହାନ୍ତ ଓ ବ୍ରହ୍ମାନନ୍ଦ ସ୍ବାଇଁ ସକ୍ରୀୟ ସହଯୋଗ କରିଥିଲେ। ବିଦ୍ୟାଳୟ ତରଫରୁ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଧୂପ ନୈବେଦ୍ୟ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *