ଜୀବନ ଜ୍ୟୋତି ମହାବିଦ୍ୟାଳୟ ଭଲି ବଲ୍ ୟୁନିଭରସିଟି ଚମ୍ପିୟାନ।

ରାଇକିଆ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ କୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା।ରାଇକିଆ କଲେଜ ର ଛାତ୍ର ମାନେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଅଧୀନ ରେ ହୋଇଥିବା ଇଣ୍ଟର କଲେଜ ଅଧୀନ ରେ ଭାଗ ନେଇ ହୋଇଛନ୍ତି ଚାମ୍ପିଅନ।ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ତରଫ ରୁ ପୁରୁଷତ୍ତମପୁର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ରେ ଆୟୋଜିତ ହୋଇଥିବା 53 ତମ ଭଲି ବଲ ଟୁର୍ଣାମେଣ୍ଟ ରେ ପନ୍ଦର ଗୋଟି ଦଳ ଭାଗ ନେଇଥିବା ବେଳେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ଛାତ୍ର ମାନେ ଲିଗ୍ ମ୍ୟାଚ୍ ଗୁଡିକ ରେ ଭଲ ପ୍ରଦର୍ଶନ କରିବା ସହିତ ସେମି ଫାଇନାଲ ରେ ସିଟି କଲେଜ ବ୍ରହ୍ମପୁର ଓ ଫାଇନାଲ ରେ ଗୁରୁଣ୍ଡି କଲେଜ କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ।ଦୀର୍ଘ ପନ୍ଦର ବର୍ଷ ପରେ ମହାବିଦ୍ୟାଳୟ ଚାମ୍ପିଅନ ହେବାର ଖୁସି ରେ ମହାବିଦ୍ୟାଳୟ ପ୍ରଧ୍ୟାପକ ପ୍ରଭାକର ରାଜୁ ବିଜୟୀ ଟିମ୍ ସହିତ କୋଚ୍ ରଶ୍ମି ରଂଜନ ତ୍ରିପାଠୀ,ଏବଂ କ୍ରୀଡା ଶିକ୍ଷକ ଡି. ଜନ୍ସନ୍ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବିଜୟ ଟ୍ରଫି ସହିତ ଟିମ୍ ରାଇକିଆ ରେ ପହଞ୍ଚିବା ପରେ ମହାବିଦ୍ୟାଳୟ ର ପ୍ରଧ୍ୟାପକ ,ଅଧ୍ୟାପକ,ଅଧ୍ୟାପିକା,ଛାତ୍ର , ଛାତ୍ରୀ ରାଇକିଆ ଚୁନପଲି ଛକ ଠାରେ ପହଞ୍ଚି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *