ଗହଣା ସଫା କରିବା ଆଳରେ ଉଦଳା ଏନ୍ଏସିର ମହିଳାଙ୍କ ଠାରୁ ଗହଣା ଲୁଟ
ଉଦଳା ୨୮/୧ – ଗୋଟିଏ ସପ୍ତାହ ଭିତରେ ଉଦଳା ଏନଏସିର ଦୁଇ ନମ୍ବର ୱାର୍ଡରୁ ଗୃହ କର୍ତ୍ତା ଅନୁପସ୍ଥିତ ବେଳେ ବାଡିପଟୁ ତାଲା ଭାଙ୍ଗି ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ସହିତ ୩୦/୪୦ ହଜାର ଟଂକା ଚୋରି ହେଇଥିଲା । ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଚୋରି ଭୟ ଦୂର ହୋଇ ନଥିବା ବେଳେ ପୁଣି ୩ ନମ୍ବର ୱାର୍ଡରୁ ଗହଣା ସଫା କରିବା ଆଳରେ ଲୁଟ ଲୋକଙ୍କ ମଧ୍ୟରେ କେକୁଆ ଭୟ ସୃଷ୍ଟି ହୋଇ ଅଛି । ଘଟଣାରୁ ଜଣାପଡିଛି ଯେ , ଦୁଇ ଜଣ ଯୁବକ ବୁଲେଟ ମଟରସାଇକେଲରେ ଆସି ମହିଳାଙ୍କୁ ଗହଣା ସଫା କରିଦେବେ ବୋଲି କହି ସୁନାଗହଣା ଲୁଟି ନେଇଛନ୍ତି ଏବଂ ମହିଳାଙ୍କୁ ଗହଣା ସଫା ହେବା ପାଉଡର ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ପୋଲିସ ଘଟଣାସ୍ଥଳରେ ପହଂଚି ଯୋରଦାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ସହିତ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଜାରି ରଖିଛି । ଉଦଳା ଏନ୍ଏସିର ୨ଓ ୩ ନମ୍ବର ୱାର୍ଡର ଲଗାତାର ଚୋରି ହେବା ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇ ଅଛି ।
