ଝାମଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ସମାରୋହ

ଝାମଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ସମାରୋହ
କାକଟପୁର- ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ କାକଟପୁରରେ ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମହିଳା ମାନଙ୍କୁ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ପୁରୀ ଜିଲ୍ଲା ଉନ୍ନୟନ କମିଶନର ଅରଗୁଲା ସ୍ନେହା, ବ୍ଳକ ଅଧକ୍ଷ ଶ୍ରୀଧର ନାୟକ, ବିଡିଓ ନାରାୟଣ ଦିକ୍ଷୀତ, ଅତିରିକ୍ତ ବିଡିଓ ଜୟଶ୍ରୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ୨ ହଜାରରୁ ଉର୍ଦ୍ଧ୍ବ ମହିଳା ମା ମାନେ ଯୋଗଦେଇଥିଲେ।

ଏହି ଅବସରରେ ବ୍ଲକର ବିଭିନ୍ନ ମହିଳା ଗ୍ରୁପ୍ ପକ୍ଷରୁ ଉତ୍ପାଦକ ଭାବେ ଷ୍ଟଲ୍ ମାନ ଆୟୋଜିତ ହୋଇଥିଲା। ସମସ୍ତଙ୍କ ପାଇଁ ଚୁଡ଼ା ଘଷା, ଅନ୍ନ, ଡାଲମା, ବୁଟ୍ ଡାଲି ତରକାରୀ, ଖଟା ଓ ଖିରି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *