ପଟାମରା କ୍ରିକେଟ ଟିମ୍ ପକ୍ଷରୁ ହେଉଥିବା ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝରିଆଲ୍ ବିଜୟୀ
ମୁରିବାହାଲ, ପଟାମରା କ୍ରିକେଟ ଟିମ୍ ପକ୍ଷରୁ ହେଉଥିବା ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଖେଲଟି ଗତ ୨୦ ନଭେମ୍ୱର ଗୁରୁବାର ଦିନରୁ ଆରମ୍ଭ ହୋଇ ୨୫ ନଭେମ୍ବର ମଙ୍ଗଳବାର ଦିନ ଏହାର ଫାଇନାଲ ମ୍ୟାଚ ହୋଇଛି । ୧୬ ଟି ଟିମ୍ କୁ ନେଇ ହୋଇଥିବା ଏହି କ୍ରିକେଟ ଖେଳରେ ଫାଇନାଲ କୁ ଝରିଆଲ ଟିମ୍ ଓ ଟୁର୍ଚାକାନି ଟିମ୍ ପହଞ୍ଚିପାରିଥିଲେ । ଏହି ୧୦ ଓଭର ର ଫାଇନାଲ ଖେଳରେ ଟୁର୍ଚାକାନି ଟିମ୍ ଅଲ୍ ୱିକେଟ ହରାଇ ମାତ୍ର ୫୭ ରନ୍ କରିପାରିଥିଲେ । ଝରିଆଲ ର ଦୁଇ ଓପନର୍ ପାୱାର ପ୍ଲେ ର ସମ୍ପୁର୍ଣ୍ଣ ଫାଇଦା ନେଇ ନିଜ ଟିମ୍ କୁ ସୁନ୍ଦର ଆରମ୍ଭ ଦେଇଥିବା ବେଳେ ଗୋଟିଏ ୱିକେଟ ହରାଇ ମାତ୍ର ତିନି ଓଭର ରେ ୫୮ ରନ କରି ବିଜୟ ହାସଲ କରିଥିଲେ । ପଟାମରା ଖେଳ ପଡିଆ ହେଉଥିବା ଏହି ପାଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳରେ ମୁରିବାହାଲ ବ୍ଲକ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର କୋଷାଧ୍ୟକ୍ଷ ନବିନ କୁମାର ତାଣ୍ଡି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗରେଇ ଗ୍ରାମପଞ୍ଚାୟତ ର ଗ୍ରାମସାଥୀ ଜଗତ ବେହେରା ଓ ପଟମାରା ଗ୍ରାମର ଜଣେ ବୁଦ୍ଧିଜୀବୀ ଲଲିତ ଗହିର ମଞ୍ଚାଶିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଖେଳରେ ମ୍ୟାନ ଅଫ ଦି ମ୍ୟାଚ୍ ଝରିଆଲ ର ବିବେକ କୁମାର ପାଇଥିବା ବେଳେ ମ୍ୟାନ ଅଫ ଦି ସିରିଜ୍ ଟୁର୍ଚାକାନି ପକ୍ଷରୁ ଖେଳୁଥିବା ଯମୁନା ର ଖେଳାଳି ଭିକାରୀ ଶିକା ହାସଲ କରିଥିଲେ । ତରୁଣ ଛତ୍ରିଆ, ବଶୁ ଛତ୍ରିଆ, ଦିଗାମ ଛତ୍ରିଆ, ଅଶୋକ ଭୋଇ, ଅଜୟ ଛତ୍ରିଆ, ଲୋଚନ ହଂସ, ଝଶକେତନ ବଛା ତଥା ସମସ୍ତ ଟିମ୍ ମେମ୍ବର ଙ୍କ ନେତୃତ୍ୱରେ ପଟାମରା ଖେଳ ପଡିଆ ରେ ବହୁତ୍ ସୁନ୍ଦର ଭାବରେ ଖେଳ ଉଦଯାପିତ ହୋଇଥିଲା ।
