ବୀଣାପାଣି ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବନ୍ଧୁ ବାନ୍ଧବ
ବହୁ ଶ୍ରଦ୍ଧାଳୁ ଯୋଗଦେଇ ବୀଣାପାଣି ମିଶ୍ରଙ୍କ ଜୀବନ ଶୈଳୀ ଏବଂ ସାମାଜିକ ଚଳଣି ବିଷୟରେ ଆଲୋକପାତ କରିଥିଲେ। ପୁରୀ ଶ୍ରୀଗୁଣ୍ଡିଚା ଭକ୍ତନିବାସରେ ଗତ ୧୬ ତାରିଖରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଆଦର୍ଶ ଶିକ୍ଷକ ବୃନ୍ଦାବନ ରଥ, ବରିଷ୍ଠ ସାହିତ୍ୟିକ ଉମାକାନ୍ତ ରାଉତ, ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ, ସାହିତ୍ୟିକ ସମାଜସେବୀ ତଥା ସାମ୍ୱାଦିକ ନାରାୟଣ ଚନ୍ଦ୍ର ବେହେରା, ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ସମ୍ପାଦକ ବିଜୟକୃଷ୍ଣ ବ୍ରହ୍ମା ମଞ୍ଚାସୀନ ରହି ଆଦର୍ଶ ବ୍ୟକ୍ତିତ୍ଵ ବୀଣାପାଣି ମିଶ୍ରଙ୍କ ଜୀବନାଦର୍ଶ ସମ୍ପର୍କରେ ଅବଗତ କରାଇବା ସହିତ ସେଭଳି ବହୁଗୁଣର ଅଧିକାରୀ ମହିଳାଙ୍କ ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବୀଣାପାଣି ମିଶ୍ରଙ୍କ ସ୍ୱାମୀ ଡକ୍ଟର ଜ୍ଞାନେଶ୍ୱର ମିଶ୍ର ଓ ବନ୍ଧୁମାନେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ମିଶ୍ର ଆଡିସନାଲ ଏସ୍ ପି, ବିଜୟାନନ୍ଦ ରଥ, ଶ୍ରୀନିବାସ ପତି ଏବଂ ବିଷ୍ଣୁପ୍ରସାଦ ପତି ଆୟୋଜନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ବୀଣାପାଣି ମିଶ୍ରଙ୍କ ସ୍ମୃତିରେ ଏକ ସ୍ମରଣିକା ‘ସ୍ମୃତିଅର୍ଘ୍ୟ’ ଲୋକାର୍ପିତ ହୋଇଥିଲା।
