ନାଟ୍ୟ ମଣ୍ଡପରେ ଝୁଲଣ ଉତ୍ସବ ଆରମ୍ଭ
କୋଣାର୍କ – ପଦ୍ମଶ୍ରୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାନସ ପୁତ୍ର କୋଣାର୍କ ନାଟ୍ୟ ମଣ୍ଡପ ପରିସରରରେ ୩୬ତମ ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। କୋଣାର୍କ ନାଟ୍ୟ ମଣ୍ଡପ ଓ ଗୁରୁ ଗଙ୍ଗାଧର ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ପାଞ୍ଚଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଅତିଥି ଭାବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାପ୍ରାପ୍ତ ଓଡ଼ିଶୀ ନୃତ୍ୟଗୁରୁ ରବୀନ୍ଦ୍ର କୁମାର ଅତିବୁଦ୍ଧି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ଗୁରୁ ପ୍ରଦୀପ୍ତ କୁମାର ଜେନା, ସୁଲୋଚନା ପ୍ରଧାନ, ରମଣୀ ରଂଜନ ଜେନା, ଉମେଶ ସ୍ବାଇଁ, ସମ୍ପାଦକ ଶିବାଶିଷ ପ୍ରଧାନ ଯୋଗଦେଇ ଝୁଲଣ ଉତ୍ସବ ଓ ନାଟ୍ୟ ମଣ୍ଡପ ଉପରେ ଆଲୋକପାତ କରିଥିଲେ। ପ୍ରଥମ ସଂଧ୍ୟାରେ ନିମାପଡ଼ାର ସୁବ୍ରତ କୁମାର ବେହେରା ଓ ସାଥିଙ୍କ ଦ୍ଵାରା ବଂଶୀ ବାଦନ, ଓଡିଶୀରେ ନିମାପଡ଼ାର ଇତିଶ୍ରୀ ରାୟ ଓ ପିପିଲିର ପ୍ରିୟଙ୍କା ପ୍ରିୟଦର୍ଶିନୀ ନୃତ୍ୟ ପରିବେଷଣ କରିଥିଲେ। କୋଲକତା ର ଦେବଲ୍ଦେବ ଜନ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୁରୁ ଜୟକୃଷ୍ଣ ନାୟକ, ସଂଜୀବନୀ ପ୍ରଧାନ, ସୁଦେଶ୍ନା ଶାସମଲ, ବିର୍ଷ୍ଣୁ ଚରଣ ଶାସମଲ, ଉମେଶ ସ୍ବାଇଁ, ସଂଜୀବନୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ନିରଞ୍ଜନ ପଲତା ଓ ସୃତି ଖୁଣ୍ଟିଆ ମଞ୍ଚ ପରିଚାଳନା କରିଥିଲେ ।

