ଝୁଣାମରା ଏକ ନିଆରା ପରମ୍ପରା
ଝୁଣାମରା ଏକ ନିଆରା ପରମ୍ପରା। ବାଗସାହି ଦୂର୍ଗାଙ୍କ ଭସାଣି ଉତ୍ସବ।
ରଘୁନାଥପୁର:-୩/୧୦:-ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବାଗସାହି ଦୁର୍ଗାପୂଜା କମିଟି ପକ୍ଷରୁ ଶୁକ୍ରବାର ମାଙ୍କ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।କମିଟି ସଭାପତି ଯୋଗାନନ୍ଦ ବୋଷ , ସମ୍ପାଦକ ଗୌରାଙ୍ଗ ଚରଣ ଦାସ, ଓ କୋଷାଧ୍ୟକ୍ଷ ପ୍ରଦୀପ ଦାସଙ୍କ ତତ୍ତ୍ଵାବଧାନ ତଥା ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।ଶାରଦୀୟ ପୂଜା ୭୫ ବର୍ଷରେ ପଦାର୍ପଣ କରିଥିବାବେଳେ ମହାଷ୍ଟମୀରେ ଝୁଣାମରା କାର୍ଯ୍ୟକ୍ରମ ଏଠାରେ ଏକ ନିଆରା ପରମ୍ପରା ଅଟେ।ବ୍ରତଧାରିମାନେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ମାଙ୍କ ସମ୍ମୁଖରେ ଝୁଣା ମାରିଥାନ୍ତି।ଯାହାକି ଏହା ପାରମ୍ପାରିକ ବିଧି ବୋଲି ଗ୍ରାମବାସୀ କହିଛନ୍ତି।ପାରମ୍ପାରିକ ଘଣ୍ଟ ଘଣ୍ଟାଳ ଓ ଡିଜେ ସାଉଣ୍ଡର ତାଳେ ତାଳେ ମାଙ୍କୁ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ନଦୀରେ ବିସର୍ଜନ କରାଯାଇଥିଲା।ଏଥିରେ ଗ୍ରାମର ଆବାଳ ବୃଧବନିତା ସାମିଲ ହୋଇଥିଲେ।ଅପରାହ୍ନରେ ପୂଜା ମଣ୍ଡପରେ ଶାନ୍ତିଜଳ ଗ୍ରହଣ ସହ ବିଜୟ ମିଳନ ଅନୁଷ୍ଠିତ ହୋଇଥିଲା।
