ଜିନ୍ଦଲ ଜୀବିକା ଛଡାଇ ନେଉଛି

ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଏରସମା ତହସିଲ ଅଧୀନ ଢ଼ିଙ୍କିଆ, ମାହଳ ଅଧିବାସୀ ନିଜର ସର୍ବସ୍ବ ହରାଇ ଯଥା ଧାନ, ପାନ, ମୀନ, ବାସଗୃହ ଓ ନିଜର ଜୀବିକା ହରାଇ ଜିନ୍ଦଲ କମ୍ପାନିକୁ ଶାଗ ମାଛ ଦରରେ ଜମି ବିକ୍ରିକରି, କମ୍ପାନୀ ଗଢି ଉଠିବା ପାଇଁ ସହମତି ଓ ସହଯୋଗ କରିଥିଲେ। ଯାହା ଫଳରେ ଜିନ୍ଦଲ ତାର ବିରାଟ ପ୍ରାଚୀର ନିର୍ମାଣ କରି ନିଜର ଆଧିପତ୍ୟ ବିସ୍ଥାର କରିଛି। ବଡ଼ ଦୁଃଖ ଓ ପରିତାପର ବିଷୟ କମ୍ପାନୀ ପ୍ରାଚୀର ବାହାରକୁ ଲାଗି ଯେଉଁ ଅଳ୍ପ କିଛି ଜାଗା ଥିଲା ସେଥିରେ ଢ଼ିଙ୍କିଆ, ମାହଳ ଅଧିବାସୀମାନେ ଜମି ହରାଇ ବସିଥିବା ଓ ଭୂମିହୀନ ବ୍ୟକ୍ତି ନିଜର ଜୀବିକା ପାଇଁ ଉଠା ଦୋକାନ କରି ପେଟ ପୋଷୁଥିଲେ। ସେହି ଜାଗା ଖାତା, ପ୍ଲଟ ନମ୍ବର ୭୦୦,୨୦୯୦ ରେ ଦଖଲରେ ଥିବା ବ୍ୟକ୍ତିଙ୍କୁ ଏରସମା ତହସିଲ ନୋଟିସ କରିଥିବାରୁ ଗୁରୁବାର ପୂର୍ବାହ୍ନରେ ମାହଳ, ଢ଼ିଙ୍କିଆ ଅଧିବାସୀ ଏରସମା ତହସିଲକୁ ପୁନଃ ବିଚାର କରିବାକୁ ଆସିଥିଲେ। ଲୋକେ କହିବା କଥା ଜିନ୍ଦଲ କମ୍ପାନୀକୁ ସମସ୍ତ ସହଯୋଗ କରିଥିଲା ବେଳେ ଏବେ କମ୍ପାନୀ ପେଟରେ ନାତ ମାରିଲାଣି।

Leave a Reply

Your email address will not be published. Required fields are marked *