ଜେକେ କାଗଜ କଳ ପ୍ରତିଷ୍ଠାତା
ଜେକେ କାଗଜ କଳ ପ୍ରତିଷ୍ଠାତା କମଳପତଜି ସିଂଘାଣିଆଙ୍କ ୧୪୦ତମ ଜୟନ୍ତୀ ପାଳିତ ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜ କଳର ପ୍ରତିଷ୍ଠାତା କମଳପତଜି ସିଂଘାଣିଆଙ୍କ ୧୪୦ ତମ ଜୟନ୍ତୀ ପାଳିତ ହୋଇଯାଇଛି | କମ୍ପାନୀ ପରିସରରେ ଥିବା କମଳାପତି ସିଂଘାନିଆଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ସଭା କାର୍ଯ୍ୟ ପ୍ରାରମ୍ଭ ରେ ସନ୍ଦୀପ ପାଣ୍ଡେ, ମହାପ୍ରବନ୍ଧକ (ମାନବ ସମ୍ବଳ ବିକାଶ) ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ | ଜେକେ କାଗଜ କଳର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ) ସଭାରେ ସଭାପତିତ୍ଵ କରି ବାର୍ଷିକ ବିବରଣୀ ପାଠ କରିଥିଲେ। କାଗଜକଳ ରୁ ପ୍ରସ୍ତୁତ କାଗଜ ଆଜି ଦେଶ ବିଦେଶ ରେ ଗ୍ରାହକ ମାନଙ୍କ ଦ୍ୱାରା ଆଦୃତ ଲାଭ କରିଛି ବୋଲି ପ୍ରକାଶ କରିବା ସହ କମ୍ପାନୀ ଆହୁରି ଅଗ୍ରଗତି କରୁ ବୋଲି ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ପଦାଧିକାରୀ, ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଲୋକ ପ୍ରତିନିଧିମାନେ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗ ଦେଇଥିଲେ।ନିରନ୍ତର ଭାବେ ୨୫ ବର୍ଷ ପୂର୍ତ୍ତି କରି ଥିବା ୩ ଜଣ କର୍ମଚାରୀ ଙ୍କୁ ରୂପା ଥାଳି ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ। ସଭା କାର୍ଯ୍ୟ ସମାପନ ରେ ବିଶ୍ୱଜିତ୍ ଦ୍ଵିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏଲପିଏସ ସ୍କୁଲ ଓ ଏଲ୍ଏସ୍ ହାଇସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମିଲନ ଲେଙ୍କା ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ |
ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
