ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତରର ଗରିମାମୟ ଗ୍ରୀନ୍ ଏନଭାଇରୋ ସେଫ୍ଟି ପୁରସ୍କାର

ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତରର ଗରିମାମୟ ଗ୍ରୀନ୍ ଏନଭାଇରୋ ସେଫ୍ଟି ପୁରସ୍କାର l ଜୟକେପୁର : କାର୍ଯ୍ୟସ୍ଥଳ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜେକେପୁର ସ୍ଥିତ ଜେକେ ପେପର୍ ମିଲ୍ସକୁ “ଦ୍ୱିତୀୟ ବାର୍ଷିକ ଗ୍ରୀନ୍ ଏନଭାଇରୋ ସେଫ୍ଟି ଏକ୍ସେଲେନ୍ସ ଆୱାର୍ଡ–2026”ର ପ୍ଲାଟିନମ୍ ଶ୍ରେଣୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାରଟି ଗ୍ରୀନ୍ ଏନଭାଇରୋ ଫାଉଣ୍ଡେସନ୍, ନୂଆଦିଲ୍ଲୀ ଦ୍ୱାରା ପେପର୍ ସେକ୍ଟରରେ ଜେକେ ପେପର୍ ମିଲ୍ସର ଉତ୍କୃଷ୍ଟ ସେବାକୁ ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଛି।ଗୋଆରେ 12 ଜାନୁଆରୀ 2026 ତାରିଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ, ଏହି ପୁରସ୍କାରଟି ଭାରତ ସରକାରଙ୍କ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରଣାଳୟର ମାନନୀୟ ରାଜ୍ୟମନ୍ତ୍ରୀ ଶ୍ରୀ ଶ୍ରୀପାଦ ଯେସୋ ନାଏକଙ୍କ ଜେକେ ପେପର୍ ମିଲ୍ସର ମହାପ୍ରବନ୍ଧକ (EHS) ଶ୍ରୀ ସତ୍ୟଜିତ ମହାନ୍ତି ଙ୍କୁ ପ୍ରଦାନ କରିଥିଲେ।ଏହି ସଫଳତାକୁ ନେଇ କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ନିଷ୍ଠା, ପରିଶ୍ରମ ଓ ପ୍ରତିବଦ୍ଧତାକୁ ମୁଖ୍ୟ କାରଣ ଭାବେ ଉଲ୍ଲେଖ କରାଯାଇଛି। ଶ୍ରୀ ବିନୟ ଦ୍ବିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି କାର୍ମିକ ସମସ୍ତ କର୍ମଚାରୀ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *