ଜାନୁୟାରୀ ୨୪ରେ ରୋଜଗାର ମେଳା
ଜାନୁୟାରୀ ୨୪ରେ ରୋଜଗାର ମେଳା: ୬୧ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ: ଆସନ୍ତା କାଲି ଜାନୁୟାରୀ ୨୪ ତାରିଖରେ ୬୧ ହଜାରରୁ ଅଧିକ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାରେ, ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନୂତନ ଭାବେ ନିଯୁକ୍ତି ପାଇଥିବା ଯୁବକଯୁବତୀମାନଙ୍କୁ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଦେଶର ୪୫ଟି ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅନୁଯାୟୀ, ‘ରୋଜଗାର ମେଳା’ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସମଗ୍ର ଦେଶରେ ବିଭିନ୍ନ ସମୟରେ ଆୟୋଜିତ ରୋଜଗାର ମେଳା ମାଧ୍ୟମରେ ସରକାର ୧୧ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ବିଭିନ୍ନ ପ୍ରାନ୍ତରୁ ମନୋନୀତ ଏହି ନୂତନ କର୍ମଚାରୀମାନେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
