ଜାଲ ସାର୍ଟିଫିକେଟରେ ଚାକିରୀ,

ଜାଲ ସାର୍ଟିଫିକେଟରେ ଚାକିରୀ,ଥାନାରେ ଏତଲା ସୋରଡ଼ା() ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡି ଗାଁର ସିଦ୍ଧେଶ୍ବର ମଳିକ। ସେ ହିଞ୍ଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି।ତାଙ୍କ ନାମରେ ଆସିଛି ଚକିତ କଲା ଭଳି ସାଙ୍ଘାତିକ ଅଭିଯୋଗ।ଜାଲ ଶିକ୍ଷାଗତ ପ୍ରମାଣପତ୍ର,ଜାତିଗତ ପ୍ରମାଣପତ୍ର ଏବଂ ଜାଲ ଜନ୍ମ ତାରିଖ ଦେଇ ସରକାରୀ ଚାକିରି ହାତେଇଛନ୍ତି ।ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି ସିଦ୍ଧେଶ୍ବର ମଳିକ ପିତା ପୂର୍ଣଚନ୍ଦ୍ର ମଳିକ ନିଜର ସପ୍ତମ ଶ୍ରେଣୀ ପାଠପଢା ଶିକ୍ଷାବର୍ଷ ୨୦୦୪-୦୫ ରେ,ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢା ସାରିଛନ୍ତି ଏବଂ ତାଙ୍କର ଜନ୍ମତାରିଖ ୦୬.୦୭ ୧୯୯୩ ଥିବା ଉଲ୍ଲେଖ ଅଛି । କିନ୍ତୁ ସିଦ୍ଧେଶ୍ଵର ମଳିକ ଚାକିରୀ ଯୋଗଦାନ ସମୟରେ ନିଜର ଜନ୍ମ ତାରିଖ ୦୪. ୦୩.୧୯୯୮ ଦର୍ଶାଇଛନ୍ତି ଏବଂ ଧନପୁର ପି ୟୁ ପି ଏସ ଠାରେ ସପ୍ତମ ଶ୍ରେଣୀ ପାଠପଢା ଶିକ୍ଷାବର୍ଷ ୨୦୧୦-୨୦୧୧ ରେ ପଢିଥିବାର ଦର୍ଶାଇଛନ୍ତି । ସେ ଧନପୁର ପି ୟୁ ପି ଏସ ବିଦ୍ୟାଳୟର ମାର୍କସିଟ ଏବଂ ଟ୍ରାନ୍ସଫର ସାର୍ଟିଫିକେଟ ଦେଇ ଚାକିରୀ କରିଛନ୍ତି । ଗୋଟିଏ ଛାତ୍ର କିପରି ଦୁଇ ଥର ସପ୍ତମ ଶ୍ରେଣୀ ଛଅ ବର୍ଷ ବ୍ୟବଧାନରେ ପାଠ ପଢିଛନ୍ତି ତାହା ଆଶ୍ଚର୍ଯର ବିଷୟ ଏବଂ ତଦନ୍ତ ସାପେକ୍ଷ ଅଟେ ।ସୂଚନା ଅଧିକାର ଆଇନ ରୁ ଜଣାପଡେ ଯେ ସିଦ୍ଧେଶ୍ବର ମଳିକ ପିୟୁପିଏସ ଧନପୁର ବିଦ୍ୟାଳୟରେ ପାଠ ପଢିନାହାନ୍ତି ଏବଂ ସେ ଉକ୍ତ ବିଦ୍ୟାଳୟର ଛାତ୍ର ହିଁ ନୁହନ୍ତି । ସେ ମିଛ,ଜାଲ ମାର୍କସିଟ ଏବଂ ଟି.ସି ପ୍ରସ୍ତୁତ କରି ସରକାରୀ ଚାକିରି ହାତେଇଛନ୍ତି ।ଖାଲି ସେତିକି ନୁହେଁ ସିଦ୍ଧେଶ୍ଵର ମଳିକ ଆଦିବାସୀ (ଏସ. ଟି )କୋଟାରେ ଚାକିରି କରିଛନ୍ତି କିନ୍ତୁ ସେ ଜାତିରେ ପାଣ ଏବଂ ଧର୍ମରେ ଖ୍ରୀଷ୍ଟିୟାନ ଅଟନ୍ତି ଯାହାକି ଏସ ଇ ବି ସି ଏବଂ ଓ ବି ସି ବର୍ଗର ଅଟନ୍ତି । ସେ ଜାଲିଆତି କରି ଆଦିବାସୀ ପ୍ରମାଣ ପତ୍ରରେ ଚାକିରି କରିଥିବା ଆର ଟି ଆଈ ତଥ୍ୟ କହୁଛି।ସିଦ୍ଧେଶ୍ବର ମଳିକ ୟୁ ପି ଏସ ଗାଜଲବାଡ଼ି ଠାରେ ପ୍ରଥମ ଶ୍ରେଣୀରେ ୨୦.୦୭.୧୯୯୩ ମସିହାରେ ନାମ ଲେଖାଇଛନ୍ତି ଏବଂ ଜନ୍ମ ତାରିଖ ୧୫.୦୬.୧୯୮୮ ଅଟେ I ଏହିପରି ଛାତ୍ର ଜୀବନରେ ସିଦ୍ଧେଶ୍ବର ତିନି ଗୋଟି ଜନ୍ମ ତାରିଖ ଧରି ପାଠ ପଢିଥିବା ଜଣାପଡିଛି।ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସିଦ୍ଧେଶ୍ବର ଏହି ଶ୍ୟାମଳମୟୀ ଧରା ପୃଷ୍ଠରେ ସରକାରୀ ତଥ୍ୟ ଅନୁଯାୟୀ ତିନିଥର ଜନ୍ମ ଗ୍ରହଣ କରିଛନ୍ତି ଏବଂ ତିନିଥର ପ୍ରାଥମିକ ଶିକ୍ଷା ଗ୍ରହଣ କରିଛନ୍ତି।ଯାହା ଫଳରେ ଅନେକ ଯୋଗ୍ୟ ଏବଂ ସଠିକ ପରିଶ୍ରମ କରୁଥିବା ଆଦିବାସୀ ଛାତ୍ର ଛାତ୍ରୀ ଚାକିରି ନପାଇ ଦାଦନ ଖଟୁଛନ୍ତି, ଗାଇ ଛେଳି ଚରାଉଛନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି ମିଥ୍ୟା ସାର୍ଟିଫିକେଟରେ ଚଞ୍ଚକତା କରି ଆଦିବାସୀ କୋଟାରେ ସରକାରୀ ଚାକିରି ପାଉଛନ୍ତି ।ଏପରି ନକଲି ସାର୍ଟିଫିକେଟ ପ୍ରସ୍ତୁତକାରୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଗଲେ ନିରୀହ ଆଦିବାସୀ ସମାଜକୁ ନ୍ୟାୟ ମିଳିପାରିବ ଏବଂ ଦରମା ଆକାରରେ ପାଉଥିବା ସରକାରୀ ସମ୍ପତିକୁ ନଷ୍ଟ ହେବାରୁ ରୋକାଯାଇପାରିବ ବୋଲି ଆଦିବାସୀ ବର୍ଗର ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *