ପୁରୀର ନୂତନ ଏସପି ଭାବେ ପ୍ରତୀକ ସିଂହ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ

ପୁରୀର ନୂତନ ଏସପି ଭାବେ ପ୍ରତୀକ ସିଂହ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।ବିଦାୟୀ ଏସପି ତଥା ଉତ୍ତରାଞ୍ଚଳ ଡିଆଇଜି ହୋଇଥିବା ପିନାକ ମିଶ୍ରଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଥିଲେ।ଦାୟିତ୍ବ ଗ୍ରହଣ ପୂର୍ବରୁ ସେ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ।ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନ ସହରକୁ ପ୍ରତ୍ୟହ ଦେଶ ଭିତରୁ ଓ ଦେଶ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି ।

ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କିଭଳି ପୁରୀ ଆସି ସୁଖଦ ଅନୁଭୂତି ନେଇ ଫେରିବେ ,ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ତାହା ତାଙ୍କର ପ୍ରାଥମିକତା ରହିବ।ଏଥିପାଇଁ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ପର୍ଯ୍ୟଟକଙ୍କ ଦର୍ଶନ ,ସୁରକ୍ଷା ମୁଖ୍ୟ ଫୋକସରେ ରହିବ।ସେହିପରି ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ୍ କରାଯିବ ନାହିଁ।ଏଥିସହ ସହରରେ ବୃଦ୍ଧି ପାଇ ଚାଲିଥିବା ଅବାଧ ନିଶା କାରବାର ଉପରେ ଅଙ୍କୁଶ ଲଗାଯିବ।ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପାଖରେ ଅନେକ ଦକ୍ଷ ଓ ଅଭିଜ୍ଞ ଅଧିକାରୀ ଅଛନ୍ତି ।ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା,ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ସହ ପୋଲିସ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ସବୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।ମହାପ୍ରଭୁଙ୍କ ଆଶୀର୍ବାଦ ,ସମସ୍ତଙ୍କ ସହଯୋଗରେ ପୋଲିସ ଲୋକଙ୍କ ବିଶ୍ଵାସଭାଜନ ହୋଇ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ନୂତନ ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *