ବିଜେପିରେ ମିଶିଲେ ୨ ଶହ ବିଜେଡି ପରିବାର

ବିଜେପିରେ ମିଶିଲେ ୨ ଶହ ବିଜେଡି ପରିବାର।ନିମାପଡ଼ା ()ଆଜି ଅପରାହ୍ନରେସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଧନୁଆ ମଣ୍ଡଳସଭାପତି ଯଚିନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତମିଶ୍ରଣ ପର୍ବରେ ଦୁଇ ଶହରୁ ଊର୍ଦ୍ଧ୍ବ ପରିବାର ବିଜେଡି ଦଳ ଛାଡି ବିଜେପିର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବ ଉପରେ ଭରଷାକରି ବିଜେପି ଦଳରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ଅରିଷଣ୍ଡ,ସଲଙ୍ଗ,ବାମନାଳ,ଅନ୍ତୁଆର,ବଡଶିରୁବିଳା,ରେଞ୍ଚ,ଧଳେଶ୍ବର ଆଦି ଗ୍ରାମ ପଞ୍ଚାୟତର ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ପୁର୍ଣ ଚନ୍ଦ୍ର ଓଝା, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ମିନଲତାମହାନ୍ତି, ଦିଲ୍ଲୀପ ପରିଡାଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜେପିର ଏହି ମିଶ୍ରଣ ଦଳକୁ ମଜବୁତ କରିବା ସହ ଏଥର ବିଜେପି ନିମାପଡାରେ ଜିତିବ ବୋଲି ବିଧାୟକ ପ୍ରାର୍ଥୀନୀ ପ୍ରଭାତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *