ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ଶୁଣିଲେ ଅଭିଯୋଗଫୁଲବାଣୀ:-୧୧/୦୩ ଜିଲ୍ଲାରେ ଲାଗିରହିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଜିଲ୍ଲା ପାଳ ପ୍ରତେକ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କରି ସିଧା ସଳଖ ଭାବେ ଜନସାଧାରଣ ଙ୍କ ଦୁଃଖ ଦୁର୍ଦ୍ଦଶା ଓ ସମସ୍ୟା ଶୁଣୁ ଛନ୍ତି ଏବଂ ଆସିଥିବା ଅଭିଯୋଗ ଉପରେ ଗୁରୁ୍ତ୍ଵ ପୂର୍ଣ୍ଣ ଭାବେ ଗ୍ରହଣ କରି ସେଇ ସମସ୍ୟା ଗୁଡ଼ିକର ସମାଧାନ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ୧୧ ମାର୍ଚ୍ଚ ୨୦୨୪ ସୋମବାର ଦିନ ଖଜୁରୀପଡ଼ା ବ୍ଲକର ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଛି ।କିନ୍ତୁ କୌଣସି କାରଣ ବଶତଃ ଜିଲ୍ଲାପାଳ ଉକ୍ତ ଶିବିରରେ ଉପସ୍ଥିତ ନ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ବ୍ଲକ ଗସ୍ତରେ ଆସି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପାଳ ଅଭିଯୋଗ ଶୁଣାଣି ଶିବିରରେ ୨୯ ଅଭିଯୋଗ ଗ୍ରହଣ କରିଛନ୍ତି ।ଏଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୨୩ ରହିଥିବା ବେଳେ ସାମୁହିକ ଅଭିଯୋଗ ୦୬ ଗୋଟି ରହିଥିବା ବରିଷ୍ଠ କିରାଣୀ ପବିତ୍ର କୁମାର୍ ମହାପାତ୍ର ସୂଚନା ଦେଇଛନ୍ତି।ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସିଧା ସଳଖ ଭାବେ ଜନସାଧାରଣ ଙ୍କ ଦୁଃଖ ଶୁଣିବା ସହିତ ଅଭିଯୋଗ ଗ୍ରହଣ କରିଛନ୍ତି । ସେଇ ଅଭିଯୋଗ ଗୁଡ଼ିକର ସମାଧାନ ଯଥା ଶୀଘ୍ର କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗୁଡୁଙ୍ଗୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ କୁମାର୍ ପାତ୍ର,ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର,ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ସହକାରୀ ଯନ୍ତ୍ରୀ ସୁଭାସ୍ମିତା ନାଥ ,କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ଲେଙ୍କା ଉପ ବିଭାଗିୟ ଅଧିକାରୀ ସୁରେଶ ଚନ୍ଦ୍ର ପାଳ ,ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *