ଉଦଳାରେ ଉପଖଣ୍ଡ ସ୍ଥରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

ଉଦଳାରେ ଉପଖଣ୍ଡ ସ୍ଥରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ……।…………….. …. ଉଦଳା ତା ୨୬/୮ (ନି. ପ୍ର )କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଳାପାଳ ଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ମୟୁରଭଞ୍ଜ ଜିଲାପାଳ ମାନ୍ୟବର ହେମାକାନ୍ତ ସୟ ଓ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡପାଲି ମୋଟରେ ୧୩୪ଗୋଟି ଜନ ଅଭିଯୋଗ ଶୁଣାଣୀ କରିଛନ୍ତି ଅଭିଯୋଗ ମଧ୍ୟରେ ୧୨୧ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ବାକିଥିବା ୧୩ଗୋଟି ସାମୁହିକ ସମସ୍ୟା ଆଧାରିତ ଥିଲା l ସେଥିମଧ୍ୟରୁ ୬ଗୋଟି ସମସ୍ୟା ତତ୍କାଳ ସମାଧାନ କରାଯାଇ ଆଶୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ୩ଜଣଙ୍କୁ ୫ହଜାର ଲେଖାଏଁ ମୋଟ ୧୫ ହଜାର ତାଙ୍କ, ଦୁଇ ଜଣଙ୍କୁ ଦଶହଜର କରି ମୋଟ କୋଡିଏ ହଜାର ଟଙ୍କା ଓ ଅନ୍ୟ ଜଣଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ରେଡ କ୍ରୋଶ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଥିଲା l

ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏଇ ଜନଶୁଣାଣୀ ଶିବିରରେ ପ୍ରୋକଳ୍ପ ପ୍ରଶାସକ ଆଇ ଟି ଡ଼ି ଏ ନରେନ୍ଦ୍ରକୁମାର ଖମାରୀ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାୟକ, ଉପଖଣ୍ଡ ଚିକିତ୍ସାଲୟ ଅଧିକ୍ଷକ ଡ଼ ଲଷ୍ମୀ କାନ୍ତ ପତି, ଯୋଗ ଦେଇଥିବସ୍ଥଳେ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମୂହ, ଓ ବ୍ଲକ ସ୍ଥରୀୟ ସମସ୍ତ ପଦାଧିକାରୀ ସହଯୋଗ କରିଥିଲେ l ଏତଦ ବ୍ୟତୀତ ଉପଖଣ୍ଟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରାଜ କୁମାର ପ୍ରଧାନଙ୍କ ସହଯୋଗ କରିଥବା ପ୍ରକାଶ l ….।……….

Leave a Reply

Your email address will not be published. Required fields are marked *