ସୋରଡ଼ାରେ ମିଳିତ ଅଭିଯୋଗ ଶୁଣାଣି୩୧୭ ଟି ଅଭିଯୋଗ ଗ୍ରହଣ, ୨୮ଟିର ତ୍ବରିତ ସମାଧାନ

ଭଞ୍ଜନଗର,୧୨/୧- ସୋରଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ମୋଟ ୩୧୭ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୨୯୨ ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୨୫ଟି ସାମୂହିକ ଅଭିଯୋଗ ରହିଥିଲା। ସେହିପରି ୨୮ଟି ଅଭିଯୋଗର ତତକ୍ଷଣାତ୍ ସମାଧାନ ହୋଇଥିଲା। ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ସହାୟତା ରାଶି ବାବଦରେ ୩୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଆବେଦନ ହୋଇଥିଲା।

ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ, ପିଏମ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନାରେ ଗୃହ ବଣ୍ଟନ,ରାସନ କାର୍ଡ,ଜମିଜମା ସଂପର୍କିତ ସମେତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା। ଶିବିରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମା ଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଭାଞ୍ଜନଗର ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ, ସୋରଡ଼ା ବିଡିଓ ତନ୍ମୟ କୁମାର ପାତ୍ର,ଏବିଡିଓ ସଞ୍ଜିବ ରାଜ ସେନାପତିଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।ସୋରଡ଼ା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *