ଯୁଗ୍ମ ଶ୍ରମ ଆୟୁକ୍ତ
ଭୁବନେଶ୍ୱର ରେଞ୍ଜ, ଭୁବନେଶ୍ୱର ଦ୍ଵାରା ପରିଚାଳିତ, ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହରେ ଖୋର୍ଦ୍ଧା ଜିଲ୍ଲା ଅଧିନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ବଣ୍ଟନ ଶିବିର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ଵବୋଧନ ଏବଂ ନିର୍ଦ୍ଦେଶ କ୍ରମେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ଅଜୟ କୁମାର ପ୍ରଧାନ,ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ), ଖୋର୍ଦ୍ଧା, ଭୁବନେଶ୍ୱର, ଶ୍ରୀମତୀ ମୋନାଲିସା ଜେନା, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ଶ୍ରୀ ପ୍ରଭାକର ବିଶ୍ଵାଳ ମହୋଦୟ ଦ୍ୱାରା ପରିଚାଳିତ କରାଗଲା। ଏହି ସମାରୋହ କୁ ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ରଶ୍ମିତା ପାତ୍ର , ଶ୍ରୀ ବିକାଶ କୁମାର ନାୟକ , ଶ୍ରୀ କାଳୀପୁତ୍ର କୁଲଦୀପ ପ୍ରସାଦ, ଶ୍ରୀମତୀ ପିପାସା ମହାପାତ୍ର, ଶ୍ରୀ ସୌମ୍ୟ ରଞ୍ଜନ କର , ସୁଶ୍ରୀ ଦେବଶ୍ରୀ ବେହେରା, ସୁଶ୍ରୀ ଅର୍ଚ୍ଚନା ନାୟକ, ସୁଶ୍ରୀ ପ୍ରଜ୍ଞା ପରିଡା ଏବଂ କଲ୍ୟାଣ ସଂଯୋଜଗ ଲମ୍ବୋଧର ରାଉତ ସମେତ ସମସ୍ତେ ଉପସ୍ଥିତ ରହି ସଭା କାର୍ଯ୍ୟକୁ ସୁଚାରୁ ରୂପେ ପୂର୍ଣ୍ଣ ରୂପାୟନ କରିଥିଲେ । ଏହି ସମାରୋହ ମାଧ୍ୟମରେ ଦୁଇଟି ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା ନିମ୍ନଲିଖିତ ସହାୟତା ରାଶି ପ୍ରଦାନ କରା ଯାଇଅଛି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ୧) ମୃତ୍ୟୁ କାଳୀନ ସହାୟତା ୯୪ ଜଣଙ୍କୁ ଟ ୨,୦୮,୦୦,୦୦୦/-ଙ୍କା ୨) ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୯୧ ଜଣଙ ୪,୫୫,୦୦୦/- ଙ୍କା ୩) ବିବାହ କାଳୀନ ସହାୟତା। ୧୩୬ ଜଣଙ୍କୁଟ ୬୭,୦୦,୦୦୦/-ଙ୍କା ୪) ଶିକ୍ଷା ସହାୟତା ୮୦୧ ଜଣଙ୍କୁ -ଟ ୬୦,୯୫,୪୦୦/-ଙ୍କା ୫) ପ୍ରସୂତି କାଳୀନ ସହାୟତା ୨୬ ଜଣଙ୍କୁ – ଟ ୨,୬୦,୦୦୦/-ଙ୍କାମୋଟ ୧୧୪୮ ଜଣଙ୍କୁ ୩,୪୩,୧୦,୪୦୦/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି ।୬ ) ନୂତନ ପଞ୍ଜିକରଣ -୧୭୫ ଜଣଙ୍କୁ ପୁନଶ୍ଚ ଓଡିଶା ଅଣସଂଘଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ବୋର୍ଡ୧) ମୃତ୍ୟୁ କାଳୀନ ସହାୟତା ୫ ଜଣଙ୍କୁ ଟ ୧୦,୦୦,୦୦୦/-ଙ୍କା ୨) ନୂତନ ପଞ୍ଜିକରଣ -୫୦ ଜଣଙ୍କୁସର୍ବମୋଟ ୧୧୫୩ ଜଣଙ୍କୁ ଟ ୩,୫୩ ,୧୦,୪୦୦/-ଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି । ସୌଜନ୍ୟ:ଜିଲ୍ଳା ଶ୍ରମ ଅଧିକାରୀ (କଲ୍ୟାଣ), ଖୋର୍ଦ୍ଧା, ଭୁବନେଶ୍ୱର ।
