ସିଟି ଓ ମିନି ହବ୍‌ର ମିଳିତ ବୈଠକ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ବ୍ୟବସାୟିକ କ୍ଷେତ୍ରରେ ଏକ ବଡ଼ଧରଣର ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ‘ପିନକୋଡ଼ କାର୍ଟ’ ପ୍ଲାଟଫର୍ମ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଦଲ କୁମାର ପ୍ରଧାନଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସିଟିହବ ପରିଚାଳକ,ମିନିହବ ପ୍ରତିନିଧି ଏବଂ ସ୍ଥାନୀୟ ପ୍ରତିନିଧି ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।ଏହି ବୈଠକରେ ମୁଖ୍ୟ ଆଲୋଚନା ପ୍ରସଙ୍ଗ ରହିଥିଲା କି ‘ପିନକୋଡ଼ କାର୍ଟ’ କିପରି ଭାବେ ସ୍ଥାନୀୟ ବ୍ୟବସାୟୀଙ୍କୁ ଡିଜିଟାଲ ବଜାର ସହ ଯୋଡ଼ିବ,ଜିଲ୍ଲା ସ୍ତରରେ ସିଟିହବ ମୁଖ୍ୟକେନ୍ଦ୍ର ଭାବେ କାର୍ଯ୍ୟ କରୁଥିବାବେଳେ ପ୍ରତିଟି ପଞ୍ଚାୟତ ବା ଛୋଟଅଞ୍ଚଳରେ ମିନି ହବ ମାଧ୍ୟମରେ କିଭଳି ସରସ, ସୁନ୍ଦର ଭାବେ ସାମଗ୍ରୀ ପହଂଚି ପାରିବ ସେ ନେଇ ବାଦଲ କୁମାର ପ୍ରଧାନ ବିସ୍ତୃତ ସୂଚନା ଦେଇଥିଲେ।ତତ ସହିତ ଏହି ପ୍ଲାଟଫର୍ମ ଦ୍ୱାରା ସ୍ଥାନୀୟ ଯୁବକଯୁବତୀମାନେ ‘ଭର୍ଚୁଆଲ୍ ଦୋକାନୀ’ (Virtual Dukaandar) ଭାବେ କାର୍ଯ୍ୟ କରି ନିଜ ଅଞ୍ଚଳରେ ରୋଜଗାର କରିପାରିବେ।ଗ୍ରାହକମାନେ ସାମଗ୍ରୀ ଯାଞ୍ଚ କରି ପେମେଣ୍ଟ କରିବାର ସୁବିଧା ପାଇବା ସହିତ ବିଶ୍ୱାସଭାଜନ ହେବାରେ ସାହାଯ୍ୟ କରିବ।ବୈଠକରେ ବାଦଲ କୁମାର ପ୍ରଧାନ ପ୍ରସ୍ତାବ ଦେଇଥିଲେ ଯେ, କନ୍ଧମାଳର ଦୁର୍ଗମ ଅଞ୍ଚଳକୁ ସେବା ଯୋଗାଇବା ପାଇଁ ଏହି ‘ହବ୍’ ନେଟୱାର୍କକୁ ଆହୁରି ମଜବୁତ କରାଯିବ। ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରତିଟି ପିନ୍ କୋଡ୍‌ରେ ସେବାକୁ ତ୍ୱରାନ୍ୱିତ କରାଯିବ।

Leave a Reply

Your email address will not be published. Required fields are marked *