ବିଜେଡି ପ୍ରତିଷ୍ଠା ଦିବସରେ ଭାଜପାର ମିଶ୍ରଣ ପର୍ବ
ବିଜେଡି ପ୍ରତିଷ୍ଠା ଦିବସରେ ଭାଜପାର ମିଶ୍ରଣ ପର୍ବ ବ୍ଲକ ଅଧ୍ୟକ୍ଷ ସମେତ ୩ ସମିତିସଭ୍ୟ ଭାଜପାରେ ମିଶିଲେ ଭଞ୍ଜନଗର,୨୭/୧୨-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଗୁରୁବାର ସଂନ୍ଧ୍ୟାରେ ସ୍ଥାନୀୟ ବିଜୁ ସ୍ମୃତି ଭବନରେ ଦଳର ପ୍ରତିଷ୍ଠା ଦିବସ ପାଳିତ ହେଉଥିଲା। ଅନ୍ୟପଟେ ଭାଜପାର ମିଶ୍ରଣ ପର୍ବ ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳା ରେ ଅନୁଷ୍ଟିତ ହୋଇଥିଲା। ଯାହାକି ଆଜି ଭଂଜନଗରରେ ଚର୍ଚ୍ଚା ର ବିଷୟ ଥିଲା। ବନ ବିଭାଗ ଡାକ ବଙ୍ଗଳା ରେ ଅନୁଷ୍ଟିତ ଭାଜପାର ମିଶ୍ରଣ ପର୍ବ ରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ନେତାଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ନାୟକ କହିଥିଲେ ନୂତନ ନେତା ମାନେ ଦଳରେ ଯୋଗ ଦେବା ପରେ ଭଞ୍ଜନଗର ବ୍ଲକ ରେ ଦଳ ଆହୁରି ଅଧିକ ଶକ୍ତିଶାଳୀ ହୋଇଛି। ଲୋକଙ୍କ ଉନ୍ନତୀ ପାଇଁ ଡବଲ ଇଞ୍ଜିନ ସରକାର ପକ୍ଷରୁ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ। ଭଞ୍ଜନଗର ବ୍ଲକ ଅଧକ୍ଷ ନରୀସଭା ନାୟକ, କୁଲାଡ ସମିତିସଭ୍ୟ ପି ରେଣୁକା ପାତ୍ର, ବାରୁଡ଼ା ସମିତିସଭ୍ୟା ବନିତା ସେଠୀ ବଡ଼କୋଦଣ୍ଡା ସମିତିସଭ୍ୟ ଜେ ମନୋଜ ପୃଷ୍ଟି ଏବଂ ସେମାନଙ୍କ ସମର୍ଥକ ଆଜି ବିଜେଡି ତ୍ୟାଗ କରି ଭାଜପାରେ ଯୋଗ ଦେଇଥିଲେ। ଫଳରେ ବ୍ଲକ ରେ ବିଜେଡି ସଂଗଠନ ଆଉ ଟିକେ ଦୁର୍ବଳ ହୋଇପଡ଼ିଛି। ଏଥିସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଞ୍ଜନଗର ଗସ୍ତରେ ଆସିବା ସମୟରେ ଭଞ୍ଜନଗର ଏନ୍ ଏ ସି ର ଆଉ କିଛି ବରିଷ୍ଠ ବିଜେଡି ନେତା ଏବଂ କାଉନସିଲର ଦଳତ୍ୟାଗ କରି ଭାଜପା ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଏନ୍ ଏ ସି ର ଉକ୍ତ ନେତାମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ଭାଜପା ରେ ମିଶିବାର ଯୋଜନା ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନଙ୍କ ମିଶ୍ରଣ ପର୍ବକୁ ବିଳମ୍ୱ କରିଦିଆଯାଇଛି। ଏହି ମିଶ୍ରଣ ପର୍ବ ସମୟରେ ଭାଜପା ନେତା ରମେଶ ପାତ୍ର,ନୀଳ ମାଧବ ପାତ୍ର,ଧୋବା ଗୌଡ, ଶିବ ଶଙ୍କର ପ୍ରଧାନ, ରବିନ୍ଦ୍ର ଗୌଡ, ସନ୍ତୋଷ ତିଆଡି, ସୁବାଷ ବରାଡ ପ୍ରମୁଖ ଉପସ୍ଥିତ ଥିଲେ।
